Spread the love

( ଅବସର କାଳୀନ ସୁବିଧା ଓ ପେନସନ ପ୍ରଦାନ ଦାବିରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ )

ଜଗତସିଂହପୁର
ତା =21/7/23
ଅଲ ଓଡିଶା ବ୍ଲକ ଗ୍ରାଣ୍ଡ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ଜଗତସିଂହପୁର ଜ଼ିଲ୍ଲା ସଂଗଠନ ପକ୍ଷରୁ ଅବସର କାଳୀନ ସୁବିଧା ଓ ପେନସନ ପ୍ରଦାନ ଦାବି ନେଇ ଶତାଧିକ ବ୍ଲକ ଗ୍ରାଣ୍ଡ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସଂଘ ଜ଼ିଲ୍ଲା ସଭାପତି ସ୍ୱତ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ସ୍ଥାନୀୟ ତାରାଦେବୀ ମନ୍ଦିର ସମୁଖ ରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ବିକ୍ଷୋଭ ପଦର୍ଶନ କରି ରାଜ୍ୟ ସରକାର ଙ୍କ ଶିକ୍ଷକ ମାରାଣାନୀତିକୁ କଟୁ ସମାଲୋଚନା କରି ଜ଼ିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ଙ୍କୁ ସଂଗଠନ ର ସମ୍ପାଦକ ପ୍ରତାପ କିଶୋର ପରିଜା, ଉପ ସଭାପତି ସୁକାନ୍ତ କୁମାର ଦାସ, ସହ ସମ୍ପାଦକ ଦିଗମ୍ବର ରାଉତ, କୋଷାଧକ୍ଷ ରବି ନାରାୟଣ ଶତପଥୀ, ପ୍ରେମାନନ୍ଦ ନାୟକ, ନୁସିଂହଚରଣ ବିଶ୍ୱାଳ, ସନ୍ତୋଷ କୁମାର ସ୍ୱାଇଁ, ଧୂର୍ଵ ଚରଣ ଦାସ, ଭଗବାନ ବେହେରା ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *