Spread the love

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣାରେ ଜଣେ ମୃତ,ଅନ୍ୟ ଜଣେ ଆହତ

କେନ୍ଦୁଝର,୩୧।୭:କେନ୍ଦୁଝରରେ ଏକ ସିରିଜ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଫାଣ୍ଡି ତାରିଣୀ ମନ୍ଦିର ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।କେନ୍ଦୁଝରରୁ ତେଲକୋଇ ଅଭିମୁଖେ ଯାଉଥିବା ଅମ୍ବା ନାମକ ଘରୋଇ ବସ୍ ପ୍ରଥମେ ବିପରୀତ ଦିଗରୁ ରଙ୍ଗ୍ ରୁଟରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।ପରେ ଟ୍ରକଟି ଏକ ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ମୋଟର୍ ସାଇକେଲକୁ ଧକ୍କା ଦେଇଥିଲା।ଫଳରେ ବୁଲେଟ୍ ଚଳାଉଥିବା ଆରୋହୀ ମୋଟର୍ ସାଇକେଲ୍ ମେକାନିକ୍ ଲମ୍ବୋଧର ମହାନ୍ତଙ୍କୁ ଘୋଷାଡି ନେଇଥିଲା।ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ବରୁଣ ନାଏକ ଆହତ ହୋଇଥିଲେ।

କେନ୍ଦୁଝର ଜିଲ୍ଲା ରୁ ରଞ୍ଜନ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *