ଅଭିନବ ଉପାୟରେ ମାଙ୍ଗାନିଜ ଚୋରୀ କରି ନେଉଥିବା ବେଳେ ମାଡିବସିଲା ପୋଲିସ୍।







କେନ୍ଦୁଝର ଜିଲ୍ଲା ଏକ ବଣଜଙ୍ଗଲ ଓ ଖଣିଜ ସମ୍ପଦ ଭରା ଜିଲ୍ଲା ହୋଇଥିବା ବେଳେ ପୂର୍ବରୁ ଅନେକ ସମୟରେ ଏହି ଜିଲ୍ଲାରେ ଖଣି ମାଫିଆ ମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅତର୍କିତ ଚଢ଼ାଉ କରି ଖଣି ମାଫିଆ ମାନଙ୍କ ସହ ଗାଡିଗୁଡିକ ଜବତ କରିଥିବା ପୂର୍ବରୁ ଅନେକ ନଜିର ରହିଛି। ସେହିଭଳି ଏକ କଛି ଖଣି ଚୋରଙ୍କୁ ଗିରଫ କରିଛି ଯୋଡା ପୋଲିସ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ତଥା ଯୋଡା ଥାନା ଅନ୍ତର୍ଗତ ଟିସ୍କୋ ଲିଜ୍ ଅଞ୍ଚଳ ହୁଡିସାହି ଜଙ୍ଗଲ ମଧ୍ୟରୁ କିଛି ଖଣି ମାଫିଆ ଅଭିନବ ଉପାୟରେ ପ୍ଲାଷ୍ଟିକଅଖା ରେ ମାଙ୍ଗାନିଜ ଚୋରୀ କରି ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ନେଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବରପାଇ ଖଣିଜ ପଦାର୍ଥ ଚୋରଚାଲାଣ କରୁଥିବା ଯୁବକଙ୍କ ସହ ଚୋରୀ ରେ ସଂପୃକ୍ତ କ୍ୟାମ୍ପର ଓ ମୋଟରସାଇକେଲ କୁ ଜବତ କରିଛି ଯୋଡା ପୋଲିସ। ଗିରଫ ଅଭିଯୁକ୍ତଙ୍କୁ ଯୋଡା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ଯୋଡା ପୋଲିସ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)