(ଓଡିଶା ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କ 17ତମ ଶ୍ରାଦ୍ଧବାର୍ଷିକ ପାଳିତ )
ଜଗତସିଂହପୁର
ତା =4/8/23
ମହୀୟଶୀ ନାରୀନେତ୍ରୀ ତଥା ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କ 17ତମ ଶ୍ରାଦ୍ଧ ବାର୍ଷିକ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ତାନୀୟ ତରଡ଼ାପଡା ସ୍ଥିତ ଟାଇମ୍ସ ଗୁରୁକୁଳ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସାରସ୍ୱତ ପରିଷଦ ସଭାପତି ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଅଳକା ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧକ୍ଷ୍ୟ ବନମାଳୀ ବେହେରା | ମୁଖ୍ୟ ବକ୍ତା ଭାବେ ଟାଇମ୍ସ ଗୁରୁକୁଳ ଅଧକ୍ଷା ସୌଦାମିନୀ ସାହୁ | ସଂମ୍ମାନିତ ଅତିଥିଭାବେ ଶିକ୍ଷୟତ୍ରୀ ପୂଜାରାଣୀ ବାରିକ, ସୋମ୍ୟ ସୁଭଦର୍ଶନୀ, ସୁଶ୍ରୀ ଆଞ୍ଜୁଷା ପ୍ରମୁଖ ଯୋଗଦେଇ ନନ୍ଦିନୀ ଶତପଥୀ ଙ୍କ ବହୁ ମୁଖୀ ପ୍ରତିଭା, ଓଡିଶା ର ସାମୟିକ ବିକାଶରେ ତାଙ୍କର ଅବଦାନ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଶେଷରେ ଆଇ ଟି ଆଇ ତରଡ଼ାପଡା ର ନିର୍ଦେଶକ ରଶ୍ମି ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

June 14, 2026/
No Comments



