ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା, ଚୋରି ଯାଇଥିବା 16 ବାଇକ ସହ ଅନ୍ୟାନ୍ୟ ଜବତ.
*ଚୋରି ହୋଇଥିବା ବାଇକ ଓ ଅନ୍ୟାନ ସାମଗ୍ରୀ ପୋଲିସ ପ୍ରକୃତ ମାଲିକ ଙ୍କୁ ଫେରସ୍ତ କରିଛି.
ବ୍ରହ୍ମପୁର..ବ୍ରହ୍ମପୁର ଓ ଉପକଣ୍ଠର ଦିନକୁ ଦିନ ବାଇକ ଚୋରି ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲା ର ତିନୋଟି ଥାନା କୁ ମିଳିଛି ବଡ଼ ସଫଳତା.କିଛି ଦିନ ତଳେ ବିଭିନ୍ନ ସ୍ଥାନରୁ ବାଇକ ଓ ଆନ୍ୟନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ବିଭିନ୍ନ ଥାନାରେଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାଇ ସେଥି ମଧ୍ୟରୁ କିଛି ବାଇକ ଓ ବିଭିନ୍ନ ସାମଗ୍ରୀ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ସେହି ଉଦ୍ଧାର ବାଇକ , ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ କୁ ଆଜି ବ୍ରହ୍ମପୁର ଏସପି କାର୍ଯ୍ୟାଳୟରେ କାଗଜ ପତ୍ର ଯାଞ୍ଚ କରି ବାଇକର ପ୍ରକୃତ ମାଲିକଙ୍କୁ ପୋଲିସ ହସ୍ତାନ୍ତର କରିଛି.ବ୍ରହ୍ମପୁର ପୁଲିସ ଜିଲ୍ଲାର ୩ ଥାନା ଏହି ସଫଳତା ହାସଲ କରିଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ କହିଛନ୍ତି । ସେହି ତିନୋଟି ଥାନା ହେଲା ବୈଦ୍ୟନାଥପୁର, ଗୋଷାଣୀନୁଆ ଗାଁ ଓ ଗୋଳନ୍ଥରା ଥାନା.ଏହି
ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରିଛି.
ଗିରଫ ଅଭଯୁକ୍ତ ହେଲେ ଗୋଶାଣୀ ନୁଆଗାଁ
ଅଞ୍ଚଳରର ତେଲୁଗୁ ସାହିର ସୁମନ୍ତ ନାୟକ,ଓ ସନ୍ତୋଷ ନିମାଇଁ,ଶିବଶଙ୍କର ସାବତ କାଳୁଆ ସାହି ଗୋଶାଣୀ ନୂଆଗାଁ ,ସମୀର ବିଷୋୟୀ
ଲାଞ୍ଜିପଲ୍ଲୀ ଢିପ ସାହି,ଏନ ପ୍ରସାଦ ପାତ୍ର କାମାପଲ୍ଲୀ ମନ୍ଦିର ସାହି,ଓ ଅନ୍ୟଜଣେ ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ନାବାଳକ ଅଟନ୍ତି.



