ବ୍ରହ୍ମପୁର ବଡ଼ ବଜାର ମୁଖ୍ୟ ରାସ୍ତାରେ ଶୁଭ ଉଦ୍ଘାଟନ ହେଲା,ଜେ.ଆଣ୍ଡ ଟି.ଜେମ୍ସ ଜୁଏଲେରି ର ଫ୍ଲାଗସିପ ବ୍ରାଣ୍ଡ ସୋ ରୁମ୍
ଜାଗ୍ରତ ଭାରତ ନ୍ୟୁଜ( ବ୍ରହ୍ମପୁର )
ଓଡ଼ିଶାରେ ସୁନା ଅଳଙ୍କାରରେ ସୁନାମ ଧନ୍ୟ ବ୍ରାଣ୍ଡେଡ ସୋ ରୁମ୍ J & T GEMS JEWELLERY ଆଜି ବ୍ରହ୍ମପୁରର ବଡ଼ବଜାରରେ ତାର ତୃତୀୟ ଜୁଏଲରୀ ଫ୍ଲାଗସିପ ସୋ ରୁମ୍ ଶୁଭ ଉଦ୍ଘାଟନ ହୋଇଛି । ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ସମ୍ମାନିତ ଅତିଥି ରୂପେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଅନୁଷ୍ଠାନର ଶୁଭ ଉଦ୍ଘାଟନ କରିଥିଲେ । ଅତି କମ୍ ମୂଲ୍ୟରେ ସୁନା,ଗହଣା ଯାହାକି ହୋଲସେଲ ଦରରେ ଉପଲବ୍ଧ ରହିଛି । ନୋ ୱେଷ୍ଟେଜରେ ମେକିଙ୍ଗ ଚାର୍ଜର୍ସ ୩୯୯ ରହିଛି ଏବଂ ରୂପା ଅଳଂକାର ଉପରେ ଗଢା ମଜୁରିରେ କୌଣସି ଚାର୍ଜ ରଖାଯାଇ ନାହିଁ l ସେହିଭଳି କ୍ଳବ୍ କାର୍ଡ ଯାହାଦ୍ଵାରା ଲାଇଫ ଟାଇମ ଜିଏସଟି ସହ ୩୯୯ ଗଢା ମଜୁରୀ ରଖାଯାଇଛି ବୋଲି ଉଦ୍ଘାଟନୀ ଅବସରରେ କହିଥିଲେ J & T GEMS & JEWELLERY ମେନେଜିଙ୍ଗ ଡାଇରେକ୍ଟର ସୁରେଶ ଚୌଧୁରୀ । ଏକ ଗ୍ରାମ ଗୋଲ୍ଡ ରେ ବିଭିନ୍ନ ଆକର୍ଷଣୀୟ ସୁନା ଅଳଙ୍କାର ରହିଛି ଯାହାକି ଅନ୍ୟ ସୁନା ଦୋକାନ ମାନଙ୍କରେ ମିଳେନାହିଁ ବୋଲି କମ୍ପାନିର ଡାଇରେକ୍ଟର ମଧୁଶ୍ରୀ ଚୌଧୁରୀ କହିଛନ୍ତି l ୭ ହଜାର ଟଙ୍କାରେ ଗୋଲ୍ଡ ରିଙ୍ଗ ରହିଛି ଏବଂ ଗ୍ରାହକଙ୍କୁ ସୁହାଇଲା ଭଳି ଶୁଦ୍ଧ ଓ ସୁନ୍ଦର ସୁନା ଅଳଙ୍କାର ସମ୍ଭାର ସୋରୁମରେ ରହିଛି ବୋଲି ବିଜନେସ ହେଡ ପ୍ରମୋଦ ରଥ କହିଥିଲେ । ଅନୁଷ୍ଠାନର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କର୍ପୋରେଟର ଟି କିଶୋର ପାତ୍ର ଜାମ୍ମୁଲା ଶ୍ରୀନୁ ଅତିଥି ଭାବେ ଯୋଗ ଦେଇଥିଲେ । ଆୟଜିତ ଶୁଭ ଉଦ୍ଘାଟନରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l





