Spread the love

(ଗଣେଶ ମେଲଣ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ )
ଜଗତସିଂହପୁର
ତା =22/8/23

ଜଗତସିଂହପୁର ଜିଲ୍ଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପଳାଶୋଳ ୟୁଥ୍ ହେଲ୍ଲିଙ୍ଗ୍ ବଏ ଚାରିଟେବୁଲ ଟ୍ରଷ୍ଟ ସମ୍ମିଳନୀ କକ୍ଷ ରେ ଗଶେଷ ମେଲଣ ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାରିଟେବୁଲ ଟ୍ରଷ୍ଟ ସଭାପତି ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ସମ୍ପାଦକ ସ୍ମୃତିରଞ୍ଜନ ବେହେରା ଚଳିତ ବର୍ଷ ଶାନ୍ତି, ଶୃଙ୍ଖଳା ର ସହିତ ଗଣେଷ ମେଲଣ ସେପ୍ଟେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବ | ସମସ୍ତ ପୂଜା କମିଟିର ସଭାପତି,ସମ୍ପାଦକ ସମସ୍ତ ଦାୟିତ୍ଵ ସୁଚାରୁରୂପେ ସମ୍ପାଦନ କରିବେ । ନୂତନ ମେଢ ମେଲଣରେ ସାମିଲ କରାଯିବ । ଶାନ୍ତି ଶୃଙ୍ଖଳା ରଖ୍ୟା ନିମନ୍ତେ ଅଧିକ ଭଲେଣ୍ଡିୟର ନିୟୋଜିତ କରାଯିବ
ବୋଲି ସର୍ବ ସମ୍ମତି କ୍ରମେ ବୈଠକ ରେ ପ୍ରସ୍ତାବ ଗୃହୀତ କରାଯାଇଥିଲା ।ଏବଂ ତୃତୀୟ ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୧୭,ତାରିଖ ରବିବାର ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ସଭାଗୃହରେ ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ୟ କରାଗଇଥିଲା । ଏହି ବୈଠକରେ ସମସ୍ତ ସଦସ୍ୟ ଯୋଗଦେଇଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *