ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକକୁ ସୁରକ୍ଷା ବୀମାରାଶି ପ୍ରଦାନ
ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିରରେ ବ୍ୟାଙ୍କର ସମସ୍ତ କର୍ମଚାରୀ, ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ,ସ୍ୱୟଂ ସହାୟକ ଗୋଷ୍ଠୀ, ସିରାପି ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସକ୍ରିୟ ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କ ଯୋରନ୍ଦା ଶାଖାର ମୁଖ୍ୟ ପ୍ରବନ୍ଧକ ଉତ୍ତମ କୁମାର ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ଜିବନଜ୍ୟୋତି ବୀମା ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଗ୍ରାହକମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଯୋରନ୍ଦା ଗ୍ରାମର ହିତାଧିକାରୀ ଶ୍ରୀମତି ଦୁନିତା ନାଏକ ଙ୍କୁ ବୀମାରାଶି ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଷ୍ଟେଟ ବ୍ୟାଙ୍କର ଫିଲଡ଼ ଅଫିସର ଶ୍ରୀ ଆଶୁତୋଷ ମହାପାତ୍ର, ଭାବ ବିଭୋଳ ହୋଇ ଗ୍ରାହକ ତଥା SHG ମହିଳା ମାନଙ୍କୁ ସରକାରଙ୍କର ସାମାଜିକ ସୁରକ୍ଷା ବୀମାରେ ପଞ୍ଜିକୃତ ହେବା ପାଇଁ ଆହ୍ୱାନ ଦେଇଥିଳଲେ l ଗ୍ରାହକ ସେବା କେନ୍ଦ୍ରର ସଂଯୋଜକ ଶ୍ରୀ ବିମଳ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


