ଚୌଦ୍ୱାର କଲେଜ ର ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତମୂର୍ତ୍ତି ଅନାବରଣ ଓ ସମ୍ଭର୍ଦ୍ଧନା ଉତ୍ସବ।
ଚୌଦ୍ୱାର ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାଜକିଶୋର ରାମ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ସମାରୋହ ସହ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଚୌଦାର ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ର ସଭାପତି ବିବେକା ଜେନାଙ୍କ ଅଧକ୍ଷତରେ ଗୁରୁବାର ରାଜକିଶୋର ରାମ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ , ସମ୍ମାନିତ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ଷୌଭିକ ବିଶ୍ୱାଳ , ଟାଙ୍ଗି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା , ପ୍ରଗତିବାଦୀ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ,ସ୍ବର୍ଗତ ରାଜକିଶୋର ରାମ ଙ୍କ ଧର୍ମପତ୍ନୀ ଶ୍ରୀମତୀ ଇନ୍ଦୁମତୀ ରାମ ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ | ସଭା ରେ ଚୌଦ୍ୱାର ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାଜକିଶୋର ରାମ ଙ୍କ ଉଦେଶ୍ୟ ରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା |କଲେଜ ର ଅଧକ୍ଷ ଉମେଶ ଚନ୍ଦ୍ର ଦେବତା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ କେଶବ ସାହୁ, ମୁରଲୀଧର ବେହେରା,ରବୀନ୍ଦ୍ର ମହାପାତ୍ର,ବରିଷ୍ଠ ବିଜେଡି ନେତା ପ୍ରେମଚାନ୍ଦ ନାୟକ,ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡା,ପୌର ଉପାଧକ୍ଷ ଶୁଭେନ୍ଦୁ ସାମଲ ଉପସ୍ଥିତ ଥିଲେ ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍ ।




