( ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଜଗତସିଂହପୁର ଜ଼ିଲ୍ଲା ପକ୍ଷରୁ ରାଷ୍ଟ୍ରୀୟ କୃତି ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ଙ୍କୁ ସମ୍ବର୍ଦ୍ଧନା )
ଜଗତସିଂହପୁର
ତା =30/8/23
ଜଗତସିଂହପୁର ଜ଼ିଲ୍ଲା ଓଡିଶା ମଧ୍ୟ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ) ପକ୍ଷରୁ ମାର୍କଣ୍ଡପୁର ସ୍ଥିତ ବୃନ୍ଦାବନ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ଙ୍କୁ 2023ମସିହା ର ଶ୍ରେଷ୍ଠ ଶିକ୍ଷକ ଭାବେ ଭାରତ ର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ସଂମ୍ମାନିତ ହେବାକୁ ଭାରତ ସରକାର ଙ୍କ ଦ୍ଵାରା ଯୋଗ୍ୟ ବିବେଚିତ ହୋଇଥିବାରୁ ଓଷ୍ଟା ଜ଼ିଲ୍ଲା ସଂଘ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଉଛବ ର ଆୟୋଜନ କରାଯାଇଥିଲା | ଓଷ୍ଟା ର ପୂର୍ବତନ ସଭାପତି ନିରଞ୍ଜନ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ରାଷ୍ଟ୍ରୀୟ କୃତି ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ଙ୍କୁ ମାନପତ୍ର | ଅଙ୍ଗବସ୍ତ୍ର | ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ସମ୍ବର୍ଦ୍ଧନା ସଭା ରେ ଓଷ୍ଟା ର କାର୍ଯ୍ୟକାରୀ ସଭାପତି ଅମୁଲ୍ୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜ଼ିଲ୍ଲା ସମ୍ପାଦକ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟତମ ଅତିଥିଭାବେ ଓଷ୍ଟା ପୂର୍ବତନ ସମ୍ପାଦକ ବସନ୍ତ ଦାସ |ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିର୍ବୃତ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ | ଶିକ୍ଷବିତ ବିଜୟ କୁମାର ରଥ | ଶରତ ଚନ୍ଦ୍ର ମହାରଣା | ନିକୁଞ୍ଜ ମହାନ୍ତି ପ୍ରମୁଖ ଯୋଗଦେଇଥିବା ବେଳେ ଜଗତସିଂହପୁର ଜ଼ିଲ୍ଲା ଓଷ୍ଟା ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




