ବଡ଼ବିଲ ପୌରାଞ୍ଚଳ ପାଞ୍ଚନମ୍ୱର ୱାର୍ଡ ମେନରୋଡରେ ଥିବା ସନ୍ତୋଷୀ ମା ମନ୍ଦିରରୁ ଚୋରୀ ।
କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ବଡବିଲ ୱାର୍ଡ ନମ୍ବର ପାଞ୍ଚ ମେନରୋଡ ପାର୍ଶ୍ୱରେ ଥିବା ସନ୍ତୋଷୀ ମାଙ୍କ ମନ୍ଦିରରୁ ଚୋରୀ ହୋଇଥିବା ନେଇ ସୂଚନା । ସୂଚନା ଅନୁଯାୟୀ ଗତ କାଲି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ କର୍ଯ୍ୟକ୍ରମ ରହିଥିଲା ଏବଂ ରାତ୍ରି ପ୍ରାୟ ସାଢେ ନଅଟା ସମୟରେ ମାଙ୍କ ମନ୍ଦିରର କବାଟ ବନ୍ଦ ହୋଇଥିଲା, ଏବଂ ରାତ୍ରୀରେ କିଛି ଦୁର୍ବୃତ୍ତ ମାଙ୍କ ମନ୍ଦିରର ପଛପଟ କବାଟ ଭାଙ୍ଗି ମନ୍ଦିରରେ ପ୍ରବେଶ କରି ମନ୍ଦିରରେ ଥିବା ପିତଳ ମୂର୍ତ୍ତି ଓ ଦାନ ବାକ୍ସ ଭାଙ୍ଗି ସମସ୍ତ ଟଙ୍କା ଓ ବାହାରେ ଥିବା କିଛି ଟଙ୍କା ଚୋରୀ କରି ଫେରାର ହୋଇଯାଇଥିଲେ। ମାଙ୍କ ର ନିତିଦିନ ସେବା ଓ ପୂଜାର୍ଚ୍ଚନା କରୁଥିବା ମା ମାନେ ସଖାଳୁ ମନ୍ଦିରର କବାଟ ଖୋଲିଲା ବେଳକୁ ମାଙ୍କ ମନ୍ଦିରରେ ଚୋରୀ ହୋଇଥିବା ଦେଖି ବଡବିଲ ପୋଲିସ୍ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ବଡବିଲ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
