ସାତକୋଶିଆ ଵ୍ୟାଘ୍ର ପ୍ରକଳ୍ପ ରେ ଦୁଇଟି ହାତୀ ର ଗଳିତ ଶଵକୁ ଵନ ଵିଭାଗ ଜଵତ କରିଛନ୍ତି । ଦୁଇରୁ ତିନି ଦିନ ତଳେ ଗୋଟିଏ ଦନ୍ତା ଓ ମାଈ ହାତୀ ର ମୃତ୍ୟୁ ଘଟଣା ସନ୍ଦେହ ସୃଷ୍ଟି କରିଛି।ସପ୍ତାହ କ ତଳେ ପ୍ରାୟ ତିନି ଟି ଘଡ଼ିଆଳ ଶାଵକ ମୃତ୍ୟୁ ଘଟଣା ଗଣମାଧ୍ୟମ ରୁ ଦୂରରେ ଥିବା ଵେଳେ ଆଜିର ଘଟଣା ଵନ ଵିଭାଗରେ ଚହଳ ସୃଷ୍ଟି କରିଛି । ଅଗଷ୍ଟ୧୯ ତାରିଖରେ ପୁରୁଣାକୋଟ ଵନାଞ୍ଚଳରେ ଵିଳମ୍ଵିତ ରାତିରେ ଦୁଇ ଜଣ ବରିଷ୍ଠ ଅଧିକାରୀ ଙ୍କ ମଧ୍ୟରେ ପ୍ରବଳ ଵାକ ଵିତଣ୍ଡା ସାତକୋଶିଆ ପ୍ରଶାସନିକ ଅଵ୍ୟଵସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଵେଳେ ଆଜିର ଘଟଣା ସାତକୋଶିଆ ସୁରକ୍ଷା ପ୍ରତି ସନ୍ଦେହ ସୃଷ୍ଟି କରୁଛି । କର୍ମଚାରୀ ଅଭାବ ରୁ ସମ୍ଵେଦନଶୀଳ ଫାଟକ ଗୁଡିକ ଖୋଲା ମେଲା ରହୁ ଥିଵାରୁ ଶିକାରୀ ମାନଙ୍କୁ ସୁହାଉଛି । ତେଣୁ ଵନ୍ୟ ଜନ୍ତୁ ଶୀକାର ପାଇଁ ଵିଛା ଯାଇଥିବା ଵିଦ୍ୟୁତ ତାର ଆଜି ଘଟଣାର କାରଣ ନୂହେ ତ?

April 19, 2026/
No Comments



