( ଅନୁସୂଚିତ ଜାତି ପରିବାର ଙ୍କ ସମସ୍ୟା ସମାଧାନ କଲା ଜ଼ିଲ୍ଲା ପ୍ରଶାସନ )
ଜଗତସିଂହପୁର
ତା =11/9/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତ ବାଖାରାବାଦ ୮ ନମ୍ବର ୱାର୍ଡ ରେ ୮ ଜଣ ଅନୁସୂଚିତ ଜାତି ସାମ୍ପ୍ରଦାୟ ଦୀର୍ଘ ତିରିଶି ବର୍ଷ ହେବ ଅନାବାଦୀ, ଗୋଚର ସରକାରୀ ଜାଗା ଉପରେ ଝୁମ୍ପୁଡ଼ି ଘର ନିର୍ମାଣ କରି ବସତି ସ୍ଥାପନ କରିଥିଲେ | ଜ଼ିଲ୍ଲା ପ୍ରଶାସନ ୮ ଜନ ଅନୁସୂଚିତ ଜାତି ପରିବାର ଙ୍କୁ ବସୁନ୍ଧରା ଯୋଜନାରେ ଚାରି ଡିସମିଲି ଜମି ଏବଂ ଇନ୍ଦିରା ଆବାସ ବାସଗୃହ ଯୋଗାଇଦେଇଥିଲେ |ଦୀର୍ଘ ଦିନ ହେବ ସେହି ଜାଗା ଉପରେ ରେ ଘୁଷୁରିଆ ପରିବାର ବସତି ସ୍ଥାପନ କରିଛନ୍ତି | ଜ଼ିଲ୍ଲା ପ୍ରଶାସନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଉକ୍ତ ସ୍ଥାନରେ ଇଡ଼ିକୋ କମ୍ପାନୀ ଜମି ଅଧିଗ୍ରହଣ କରି ୮ ଜଣ ଅନୁସୂଚିତ ଜାତି ପରିବାର ଙ୍କୁ ଉଛେଦ
କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିଥିଲେ |ଏହାର ପ୍ରତିବାଦ ରେ ଅଲ ଓଡିଶା ଭୋଇ ସମାଜ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱ ରେ ଶତାଧିକ ଘୁଷୁରିଆ ପରିବାର ବାଲିକୁଦା ତହସିଲଦାର କାର୍ଯ୍ୟାଳୟ ଘେରାଉ
କରି କୌଣସି ପରିସ୍ଥିତି ରେ ଘୁଷୁରିଆ ପରିବାର ଙ୍କୁ ଉଛେଦ କରାଯିବ ନାହିଁ ବୋଲି ଦାବି କରିଥିଲେ | ପନ୍ଦର ଦିନ ପରେ ବାଲିକୁଦା ତହସିଲଦାର ଘୁଷୁରିଆ ବସ୍ତି କୁ ଛାଡି ଅନ୍ୟତ୍ର ଜମି ଅଧିଗ୍ରହଣ କରିବା ସହିତ ପାଚେରୀ ନିର୍ମାଣ କରିବାକୁ ଇଡିକୋ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଛନ୍ତି | ଏଥିନେଇ ଘୁଷୁରିଆ ମାନେ ଦଳିତ ନେତା ଶଙ୍କର ଦାସ ଏବଂ ବାଲିକୁଦା ତହସିଲଦାର ଙ୍କୁ ସାଧୁବାଦ ଜଣାଇଛନ୍ତି
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




