(ଗଣମାଧ୍ୟମ ର କଣ୍ଠ ରୋଧ ବିରୋଧ ରେ ବିକ୍ଷୋଭ )
ଜଗତସିଂହପୁର
ତା =22/9/23
ସମ୍ବାଦ କାର୍ଯ୍ୟାଳୟ ରେ ଆକ୍ରୋଶ ମୂଳକ ଭାବେ EOW ର ଚଢ଼ାଉ ତଥା ଗଣମାଧ୍ୟମ ର କଣ୍ଠରୋଧ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନେ ସରକାରଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପ, ସମ୍ବାଦ ଭବନରେ ଚଢ଼ାଉ ତଥା ସାମ୍ବାଦିକ ଜଗତର ବାଦସାହା ସୌମ୍ୟରଂଜନ ପଟ୍ଟନାୟକ ଙ୍କୁ ଦିଆଯାଉଥିବା ମାନସିକ ଚାପକୁ ବିରୋଧ କରିଛନ୍ତି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ, ସରୋଜ ନାୟକ, ବେଣୁଧର ନାୟକ, ଜ୍ୟୋତି ରଞ୍ଜନ ପରିଡା, ତପନ ରାଉତରାୟ ପ୍ରମୁଖ ଯୋଗ ଯୋଗଦେଇ ସରକାର ଙ୍କ ଆକ୍ରୋସମୂଳକ ଚଢ଼ାଉକୁ ତୀବ୍ର ନିନ୍ଦା କରିବା ସହିତ ସରକାର ଏଥିରୁ ନିବୃତ ରହିବାକୁ ଚେତାବନୀ ଦେଇଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




