ପୂର୍ତ୍ତ ବିଭାଗ ଅଧିକାରୀ ଓ ଠିକାସଂସ୍ଥା ସୌଜନ୍ୟ ରୁ ପଙ୍କ ପୋଖରୀ ପାଲଟିଛି ରାଜରାସ୍ତା।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥାନ୍ତି ଏବଂ ଖାସ୍ କରି କହିବାକୁ ଗଲେ ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ରୁ ରାଜସ୍ୱ ର ସିହଁଲ ଭାଗ ଏହି ଯୋଡା ଖଣି ମଣ୍ଡଳ ରୁ ଆଦାୟ ହେବା ସହ କେନ୍ଦୁଝର ଜିଲ୍ଲାର ଯୋଡା ଖଣି ମଣ୍ଡଳ ସମଗ୍ର ରାଜ୍ୟର ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ କେନ୍ଦୁଝର ଜିଲ୍ଲା ଓ ଏହି ଯୋଡା ଖଣି ମଣ୍ଡଳ ସଦାସର୍ବଦା ଅବହେଳିତ ହେଉଥିବା ମନେହୁଏ। ରାଜ୍ୟ ସରକାରଙ୍କ ପୁର୍ଣ୍ଣ ସହଯୋଗ ଓ ଏହି ଜିଲ୍ଲାର ନିଜସ୍ୱ ପାଣ୍ଠି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି “ଡିଏମ ଏଫ୍”” ରହିଥିବା ବେଳେ ଅର୍ଥର ମଧ୍ଯ ଅଭାବ ନାହିଁ, କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଠିକା ସଂସ୍ଥା ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ଦୁର୍ଦ୍ଦଶା ଭୋଗ କରୁଛନ୍ତି ଅଞ୍ଚଳ ବାସିନ୍ଦା।ଏଠାକାର ରାଜ୍ୟ ରାଜପଥ ଗୁଡିକ ସଦାସର୍ବଦା ଚର୍ଚ୍ଚାରେ , ସବୁଠୁ ବେସୀ ଦୂରାବସ୍ଥା ବଡବିଲ ନାଲଦା ରାସ୍ତା ଅବସ୍ଥା ନକହିବା ଭଲ। ଏହି ବଡବିଲ ନାଲଦା ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପ୍ରତେକ୍ଷ ତତ୍ଵାବଧାନରେ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟ ଚାଲିଥିବା ବେଳେ ଏହି ରାସ୍ତାର ଅବସ୍ଥା ଯିଏ ନିଜ ଆଖିରେ ନଦେଖିବ ବିଶ୍ୱାସ କରିବା ଅସମ୍ଭବ। ଠିକା ସଂସ୍ଥା ଏବଂ ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା ଯୋଗୁ ରାସ୍ତାର ଅବସ୍ଥା ବିପର୍ଯ୍ୟୟ ବୋଲି ସାଧାରଣରେ ଚର୍ଚ୍ଚା ହୁଏ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି “” ଡିଏମଏଫ୍””ରୁ କୋଟି କୋଟି ଟଙ୍କାର ବାୟବରାଦ ରେ ନିର୍ମାଣ ଏହି ବଡବିଲ ନାଲଦା ରାସ୍ତା ପାଲଟିଛି ପଙ୍କ ପୋଖରୀ। ରାସ୍ତାର ଦୂରାବସ୍ଥା ଯୋଗୁ ଲୋକେ ଘଣ୍ଟା ଘଣ୍ଟା ଧରି ଏହି ରାସ୍ତାରେ ଛିଡା ରହିବାକୁ ବାଧ୍ୟ ହେଉଛନ୍ତି, ରାସ୍ତାଟି ଆଣ୍ଠୁଏ ଆଣ୍ଠୁଏ ଖାଲ ଖମାରେ ଭର୍ତି, ଅସରାଏ ବର୍ଷା ହେଲେ ରାସ୍ତା ଟି ପଙ୍କ ପୋଖରୀ ପାଲଟିଯାଏ, ପୂର୍ତ୍ତ ବିଭାଗ ଅଧିକାରୀ ନାଇ ରେ ତେଲ ଦେଇ ସୋଇଥିବା ମନେହୁଏ। ଏବଂ ବଡବିଲ ଭାଦ୍ରାସାହି ରାସ୍ତା ଟି କିଛି ଦିନ ପୂର୍ବରୁ ନିର୍ମାଣ ହୋଇଥିବା ବେଳେ ଏହି ରାସ୍ତାଟି ରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି, ଆଞ୍ଚଳିକ ପୂର୍ତ୍ତ ବିଭାଗ ଅଧିକାରୀ ଓ ଠିକା ସଂସ୍ଥା ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୁଏ, ରାସ୍ତାରେ ଗର୍ତ୍ତ ସୃଷ୍ଟି ଯୋଗୁ ଯାତାୟତରେ ଅସୁବିଧା ହେବାରୁ ସ୍ଥାନୀୟ ବାସିନ୍ଦା ମାନେ ଏହାର ମରାମତି ପାଇଁ କହି କହି ଥକି ଯାଇଥିଲି, ଫଳରେ ଅଞ୍ଚଳ ବାସିନ୍ଦା ମାନେ ନିଜସ୍ୱ ଖର୍ଚ୍ଚରେ ରାସ୍ତାର ମରାମତି କରିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବଂ ଖୋଦ୍ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ମୁଖ୍ୟ ଫାଟକ ରେ ଲାଗିଥିବା ନାମ ଫଳକ ର ଦୂରବସ୍ଥା ଦେଖିଲେ ଏଠାକାର ଅଧିକାରୀଙ୍କ କାର୍ଯ୍ୟ ପ୍ରତି ଥିବା ଖାମଖିଆଲି ମନୋଭାବ ସ୍ପଷ୍ଟ ଭାବରେ ବାରିହୁଏ, ଯେକୀ ନିଜ କାର୍ଯ୍ୟାଳୟ ନାମ ଫଳକ କୁ ଠିକ୍ କରିବାରେ ଅସମର୍ଥ, ଜନସାଧାରଣଙ୍କ କଥା ବା କଣ ବୁଝିବେ ସେଥିରୁ ଅନୁମେୟ।ଦେଖନ୍ତୁ ଏହି ବଡବିଲ ନାଲଦା ଓ ଭଦ୍ରାସାହୀ ରାସ୍ତାର ଦୂରାବସ୍ଥା ର ଦୃଶ୍ୟକୁ
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




