Spread the love

ଢେଙ୍କାନାଳ ଦୋଳମଣ୍ଡପ ସାହି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ୨୨ ବର୍ଷ ଧରି ଖୁଦୁରୁକୁଣୀ ଓଷା ପାଳିତ ହୋଇଆସୁଛି। ସକାଳୁ ଝିଅମାନେ ଫୁଲ ତୋଳି,ମାଳଗୁନ୍ଥୀ, ବାଲୁକା ପୂଜା କରିଥିଲେ। ବାଳୁକା ପୂଜା ସହିତ ମା’ଙ୍କ ପୂଜା ହୋଇଥିଲା। ସନ୍ଧ୍ୟା ରେ ଆଳତି କରିଥିଲେ। ଝୁଣା, ଦୀପ ଧୂପ ଦେଇ ରାତ୍ର ପୂଜା କରିଥିଲେ। ଖୁଦୁରୁକୁଣି ଓଷା ବହି ପଠନ କରିଥିଲେ। ଉଖୁଡା,ରାଶି ଲଡୁ, କଦଳୀ ନଡ଼ିଆ ବିଭିନ୍ନ ଫଳମୂଳ ଭୋଗ ମା’ଙ୍କ ପାଖରେ ଲାଗି କରାଯିବା ସହ ବୋଇତ ବନ୍ଦାଣ ହୋଇଥିଲା। ସକୁନ୍ତଳା ବେହେରା, ସ୍ୱାଗତିକା ସାମଲ,ସୁକାନ୍ତି ପରିଡ଼ା, ରିଙ୍କି ଷଣ୍ଢ, ବର୍ଷା ଷଣ୍ଢ,ସିମାଲି ଷଣ୍ଢ,ମାମାଲି ବେହେରା ଓ ସମସ୍ତ ଝିଅ ବୋହୂମାନେ ନିଷ୍ଠାର ସହ ମା’ଙ୍କ ପୂଜାକୁ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *