Spread the love

ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା

 

‘ମେରୀ ମାଟି ମେରା ଦେଶ’ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ ‘ ର ଅନ୍ତିମ କାର୍ଯ୍ୟକ୍ରମ | ଏହି ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ଢେଙ୍କାନାଳ ଜିଲ୍ଲାର ପ୍ରାୟ 100ରୁ ଉର୍ଦ୍ଧ ଗ୍ରାମ ବା ୱାର୍ଡ ରୁ ମାଟି ସଂଗ୍ରହ କରାଯାଇଥିଲା | ଏହା ପରେ ପ୍ରତ୍ୟେକ ଗ୍ରାମ ଓ ୱାର୍ଡ ରୁ ଆସିଥିବା ମାଟିକୁ ତା 19.10.2023 ରିଖ ଦିନ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ମିଶ୍ରିତ କରାଯାଇଥିଲା | ଆଜି ତା 20.10.2023 ରିଖରେ ପ୍ରତ୍ୟେକ ବ୍ଲକ ରୁ ଆସିଥିବା ପବିତ୍ର ମାଟି କଳସ ଗୁଡିକୁ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଦାଶ ଙ୍କର ନେତୃତ୍ୱ ରେ ଏକ ବିଶାଳ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ କରାଯାଇ ଢେଙ୍କାନାଳ ଡାକ ଅଧିକ୍ଷକ ଙ୍କର କାର୍ଯ୍ୟାଳୟ ଠାରୁ ନେହୁରୁ ଯୁବ କେନ୍ଦ୍ର ପର୍ଯ୍ୟନ୍ତ ନିଆଯାଇଥିଲା | ସେଠାରେ ନେହେରୁ ଯୁବ କେନ୍ଦ୍ର ର ସହକାରୀ ନିର୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ଦାଶଙ୍କୁ ଢେଙ୍କାନାଳ ଜିଲ୍ଲା ର ସମସ୍ତ 8ଟି ଯାକ ବ୍ଲକ ରୁ ଆସିଥିବା ପବିତ୍ର ମାଟି କଳସ ହସ୍ତାନ୍ତର କରାଯାଇଥିଲା /ଢେଙ୍କାନାଳ ଡାକ ପରିବାର ର ପ୍ରାୟ 60ରୁ ଉର୍ଦ୍ଧ ଡାକ କର୍ମ ଯୋଗୀ ଏହି ଶୋଭା ଯାତ୍ରା ରେ ଅଂଶଗ୍ରହଣ କରିଥିଲେ | 

 

ଉକ୍ତ ଶୋଭାଯାତ୍ରା ରେ ଡାକ କର୍ମ ଯୋଗୀ ମାନେ ବୀର ସନ୍ତାନ ମାନଙ୍କର ଜୟ ଜୟ ଗାନ କରିଥିଲେ | ଏହି ଶୋଭାଯାତ୍ରା ରେ ଢେଙ୍କାନାଳ ଡାକ ମଣ୍ଡଳ ର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ନୀଳମଣି ଜାନୀ ,ଢେଙ୍କାନାଳ ମୁଖ୍ୟ ଡାକ ଘର ଡାକପାଳ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସ୍ୱାଇଁ , ସହକାରୀ ଡାକପାଳ ଶ୍ରୀଯୁକ୍ତ ଅଶୋକ ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ

Leave a Reply

Your email address will not be published. Required fields are marked *