Spread the love

ଦିବ୍ୟାଙ୍ଗ ରମେଶ ଜୁଆଙ୍ଗ ଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ସୌମ୍ୟା ମିଶ୍ର।

ଢ଼େଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ବିବ୍ୟାଙ୍ଗ ରମେଶ ଜୁଆଙ୍ଗ ଙ୍କୁ ‘ ମୁଁ ବି କଳାକାର ‘ ସମ୍ମାନରେ ସମ୍ବର୍ଦ୍ଧିତ କଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ସଦସ୍ୟ ସୌମ୍ୟା ମିଶ୍ର।ରମେଶଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପଡ଼ାଙ୍ଗ ପଞ୍ଚାୟତର ବୁଢାଆମ୍ବ ଗ୍ରାମରେ।ସେ ଜଣେ ଦିବ୍ୟାଂଗ ହୋଇ ମଧ୍ୟ କଙ୍କଡ଼ାହାଡ଼ କଣ୍ଟପାଳ ଗ୍ରାମର ସତ୍ୟବାନ୍ ମହନ୍ତଙ୍କ ସହଯୋଗରେ ରମେଶ ଭୁବନେଶ୍ୱରରେ ଏକ ଓଡ଼ିଆ ଆଲବମ୍ ଗୀତ ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସହିତ ଗାଇଛନ୍ତି।ଏହି ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରଜତ ମିଶ୍ର ପ୍ରୋଦସ୍ତ କରିଛନ୍ତି ସତ୍ୟବାନ ମହନ୍ତ ଓ ଦିବ୍ୟ ରଞ୍ଜନ ଦାସ।ଏହି ପାରି ପେଖି ରେ ସୌମ୍ୟା ମିଶ୍ର ରମେଶ ଜୁଆଙ୍ଗ ଜଣେ ସମ୍ପୂର୍ଣ୍ଣ ଦୁଇ ଆଖି ହରାଇ ମଧ୍ୟ ଏତେ ସୁନ୍ଦର ଗୀତ ଗାଇ ପାରୁଛନ୍ତି ସେ ନେଇ ସମ୍ବର୍ଦ୍ଧିତ କରିଥିଲେ ଓ ଆଗକୁ ସହଯୋଗର ହାତ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏଥି ସହିତ ବଲ୍ୟମ୍ବା ଗ୍ରାମର ଚନ୍ଦନ ମଧ୍ୟ ନିଜ ସମାଜ ସେବା ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ।

Leave a Reply

Your email address will not be published. Required fields are marked *