୬ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଲେ କେନ୍ଦୁଝର ଜିଲ୍ଲା ହସ୍ପିଟାଲ କର୍ମଚାରୀ ସଂଘ
ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କ ପାଇଁ ୱେଜେସ ବୋର୍ଡ ଗଠନ କରାଯିବା,ଛଟେଇ କର୍ମଚାରୀ ମାନଙ୍କୁ ପୁନର୍ବାର ନିଯୁକ୍ତି ,ଅଗ୍ରାଧିକାର ଭିତିରେ ଷ୍ଟାଫ୍ ନର୍ସ ମାନଙ୍କୁ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି,ସମସ୍ତ ଠିକା କର୍ମଚାରୀ ମାନଙ୍କୁ EPF ଏବଂ ESI ରେ ଅନ୍ତର୍ଭୁକ୍ତ ,ଯେଉଁ ସବୁ ମାସରେ ଶ୍ରମିକ ମାନଙ୍କ ଦରମାରୁ ୫୦୦ ଟଙ୍କା ଏବଂ ୫୦୦ ଟଙ୍କା ରୁ ଉର୍ଦ୍ଧ କଟାଯାଇଛି ତାକୁ ତୁରନ୍ତ ଶ୍ରମିକ ମାନଙ୍କ ଆକାଉଣ୍ଟ ରେ ଜମା କରାଜିବା ଓ ପ୍ରତି ମାସ ୧୦ ତାରିଖ ମଧ୍ୟରେ ମାସିକ ବେତନ ପ୍ରଦାନ କରାଯିବା ଆଦି ୬ ଦଫା ଦାବି ନେଇ ଆଜି ୧୧ ଟା ସମୟରେ କେନ୍ଦୁଝର ଜିଲା ହସ୍ପିଟାଲ କର୍ମଚାରୀ ସଂଘ ଦ୍ୱାରା ସ୍ଥାନୀୟ କାଳୀ ପଡ଼ିଆରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ,ସ୍ବାସ୍ଥ୍ୟ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବା ସହ ଧାରଣାରେ ବସିଛନ୍ତି।ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧାରଣା ରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛି ସଂଘ।
ରଞ୍ଜନ ବେହେରା ଙ୍କ ରିପୋର୍ଟ



