ଢେଙ୍କାନାଳ କୃଷକ ବଜାର ଓ ମୁନିସିପାଲଟି ପରିବାର ମାର୍କେଟ ତ୍ରିନାଥ ମହାପ୍ରଭୁଙ୍କର ୨୪ତମ ବାର୍ଷିକ ଉତ୍ସବ
ଢେଙ୍କାନାଳ ୨୨/୦୧: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ କୃଷକ ବଜାର ଓ ମୁନିସିପାଲଟି ପରିବାର ମାର୍କେଟ ପରିସରରେ ଥିବା ମହାପ୍ରଭୂ ତ୍ରିନାଥ ଦେବଙ୍କ ର ୨୪ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ଓ ଭିନ୍ନ ପ୍ରକାରର ଫୁଲ ହାରରେ ସୁସଜ୍ଜିତ କରାଯାଇ ବିଧିମତେ ଦ୍ଵାରପାଳ ପୂଜା, ସୂର୍ଯ୍ୟ ପୂଜା, କଳସ ପୂଜା,ମଣ୍ଡଳ ପୂଜା, ତ୍ରିନାଥ ଦେବଙ୍କ ଶୋଳଷ ଉପଚାର ପୂଜା ଓ ହୋମଯଜ୍ଞ ସହ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ପୂଜକ ଡୋଲା ଭାଇନା ପୂଜାର୍ଚ୍ଚନା କରିଥିବା ବେଳେ ସଭାପତି ବା କର୍ତ୍ତା ଶିବରାମ ଦାସ, ସମ୍ପାଦକ ସଞ୍ଜୟ କୁମାର ମହାନ୍ତି ଓ ସଦସ୍ୟ ଶ୍ୟାମସୁନ୍ଦର ବରାଳ, ଯୋଗେନ୍ଦ୍ର ସ୍ବାଇଁ, ସୁଶାନ୍ତ ସାହୁ,ଛବି ସାହୁ,ମନୋଜ ବେହେରା, ଟୁକୁ ବେହେରା, ବାପି,ଚଗଲା,ଚିନୁ,ରାନୁ ତଥା କୃଷକ ବଜାର ବ୍ୟବସାୟୀମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶାର ସଂର୍କୀନ ମଣ୍ଡଳି ଦ୍ଵାରା ସଂର୍କୀନ କରାଯିବା ସହ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିଲା। ଆସନ୍ତା ବର୍ଷ ସିଲଭର ଜୁବୁଲି ପାଳନ କରାଯିବା ନେଇ ସୂଚନା ମିଳିଛି।



