ନବ ଦାସଙ୍କ ମୃତ୍ୟୁର Central Bureau of Investigation ତଦନ୍ତ ଦୋହରାଇଲେ ଦୀପାଳି ଦାସ
ଝାରସୁଗୁଡା
ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ମୃତ୍ୟୁକୁ ପୂରିଛି ଦୁଇ ବର୍ଷ, ଏହି ଅବସରରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି,
ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି କହିଛନ୍ତି ଦୀପାଳି ଦାସ, ସେ ଆହୁରି ମଧ୍ୟ କହିଛନ୍ତି ଯେ,ଏହା କୌଣସି ରାଜନୀତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତ ନୁହେଁ, ଏହି କଥାଟା ପୁରା ମୋଟ ପରିବାରର ଭାବନା ସହିତ ଜଡିତ,ତେଣୁ ଆମେ Central Bureau of Investigation ତଦନ୍ତ ପାଇଁ ଲେଖୁଛି, ଖୁବଶୀଘ୍ର ଏହି ଚିଠିକୁ ଆମେ ରାଜ୍ୟ ସରକାରଙ୍କୁ ଦେବୁ, ଏହାପରେ ରାଜ୍ୟ ସରକାର Central Bureau of Investigation କୁ ହସ୍ତାନ୍ତର କରିବେ, ସୂଚନାଯୋଗ୍ୟ ଯେ, 2023 ମସିହାରେ ଝାରସୁଗୁଡ଼ାରେ ଏକ ରାଲି ଚାଲିଥିବା ସମୟରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ଗୁଳିମାଡ଼ ହୋଇଥିଲା,ଯେଉଁଥିରେ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡିଯାଇଥିଲେ, ଏହାପରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ହେଲେ ନବ ଦାସଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା, ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା, ତେବେ ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ASI ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା,



