Spread the love

ସମାଜସେବୀ,ସଙ୍ଗିତଜ୍ଞ ,କବୀ ଓ ଜନ ସେବକଙ୍କ ୬୩ ତମ ଜନ୍ମଦିବସରେ କବିତା ପାଠୋତ୍ସବ, କମ୍ବଳ ବଣ୍ଟନ, ବୃକ୍ଷ ରୋପଣ ଓ ସଭା ଅନୁଷ୍ଠିତ।

ଭୁବନେଶ୍ବର _ ଦେସାହି ପଞ୍ଚାୟତର ବିଶିଷ୍ଟ ସମାଜସେବୀ, ସମିତି ସଭ୍ୟ, ସଙ୍ଗୀତଙ୍ଗ ସନ୍ତୋଷ କୁମାର ବେହୁରିଆଙ୍କ ଜନ୍ମଦିବସ ଏକ ନିଆରା ଭାବରେ ପାଳନ ହୋଇଯାଇଛି। ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ପାଖରେ ୬୩ ଟା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବୃକ୍ଷରୋପଣ, କମ୍ବଳ ବଣ୍ଟନ, ସମ୍ବର୍ଦ୍ଧନା,କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ବିଷ୍ଟୁଚରଣ ସାହାଣୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ,ସରପଞ ମୋନାଲିସା ଦାସ, ଖରସ୍ରୋତା ପୁସ୍ତକ ମେଳାର ସ୍ରଷ୍ଟା ଓ ସଭାପତି ପଦ୍ମାକର ଗୁରୁ,ପୃର୍ବତନ ସରପଞ୍ଚ ନିଖିଳ ସାମଲ , ପୁରୁଷୋତ୍ତମ ପଲାଇ, ପ୍ରାଧ୍ୟାପକ ଅଜୟ କୁମାର ଓଝା, ସିଂହପୁର ବଳିଷ୍ଠ ନାଗରିକ ମଞର ସମ୍ପାଦକ ଓ ସମାଜସେବୀ ସୁଶାନ୍ତ କୁମାର ନାୟକ,କବି ଖଗେଶ୍ବର ସାହୁ, ଜିତେନ୍ଦ୍ର ବେହେରା, ରବିନାରାୟଣ ପତି,କୁଷ୍ଣଚନ୍ଦ୍ର ଥାଟୋଇ, ଶିକ୍ଷାବିତ ସୁବାସ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ ନାରାୟଣ ଚନ୍ଦ୍ର ଦାସ, ପୃର୍ବତନ ଜିଲ୍ଲାପରିଷଦ ସଭ୍ୟ ଶରତ କୁମାର ନାୟକ, ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଜନ୍ମଦିବସରେ ବିଶେଷ କରି ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ସେଥିପାଇଁ ଅତିଥିମାନେ ସମାଜସେବୀ ସନ୍ତୋଷ କୁମାର ବେହୁରିଆଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।ପ୍ରାରମ୍ବରେ ଓ ଶେଷରେ ନୃତ୍ୟଶିଳ୍ପୀ ସ୍କୁତିରେଖା ପତି ନୃତ୍ୟ ପରିବେଷଣ କରିଥିଲେ।ଏବଂ ଅତିଥିଙ୍କ ହାତରୁ ନୃତ୍ୟଶିଳ୍ପୀ ସ୍କୁତିରେଖା ପତି ସମ୍ମାନିତ ହୋଇଥିଲେ।

Leave a Reply

Your email address will not be published. Required fields are marked *