ଜଗନ୍ନାଥ କ୍ଷେତ୍ର ଡି ଏ ଭି ସ୍କୁଲରେ ପାସ ହାର ଶତ ପ୍ରତିଶତ ବିନାୟକ, ପ୍ରୀତିପ୍ରଜ୍ଞା, ପଲ୍ଲବୀ, ପ୍ରୀତିକାଙ୍କ କୃତୀତ୍ଵ
ତାଳଚେର ୧୪. ୦୫. ୨୦୨୫କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ତାଳଚେର ଡି ଏ ଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀମାନେ କୃତୀତ୍ଵର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି |ଏହି ବିଦ୍ୟାଳୟରୁ +2 ବିଜ୍ଞାନରେ ୮୯ ଜଣ, ବାଣିଜ୍ୟରେ ୩୭ଜଣ, କଳାରେ ୧୬ଜଣ ପରୀକ୍ଷା ଦେଇଥିଲେ |ବିଜ୍ଞାନ, ବାଣିଜ୍ୟ ଓ କଳାରେ ୧୩୨ଜଣ ୬୦ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି |ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ବିନାୟକ ବେହେରା ୯୧. ୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ, ଅମ୍ରିତ ପ୍ରସାଦ ପାଢ଼ୀ ୯୧. ୪ ପ୍ରତିଶତ ନମ୍ବର ସହ ଦ୍ଵିତୀୟ ଓ ଅଭିଷେକ ଦାଶ ୮୮. ୮ ପ୍ରତିଶତ ନମ୍ବର ରଖି ତୃତୀୟ ହୋଇଛନ୍ତି |ସେହିପରି ବାଣିଜ୍ୟରେ ପ୍ରୀତିପ୍ରଜ୍ଞା ପ୍ରିୟଦର୍ଶିନୀ ୯୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ, ଓଁକାର ସିଂ ୯୩ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଅର୍ପିତା ଧର ୯୨. ୬ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି |କଳାରେ ପଲ୍ଲବୀ ନନ୍ଦ ୯୦. ୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ, ଜ୍ୟୋତିର୍ମୟୀ ପ୍ରଧାନ ୮୭ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଓ ସଞ୍ଜିବନୀ ସାହୁ ୮୨. ୪ ପ୍ରତିଶତ ନମ୍ବର ରଖି ତୃତୀୟ ହୋଇଛନ୍ତି |ଦଶମ ଶ୍ରେଣୀ ପରୀକ୍ଷାରେ ୨୨୧ଜଣ ପରୀକ୍ଷା ଦେଇଥିବା ବେଳେ ୩୮ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ଗୌରବ ମଣ୍ଡନ କରିଛନ୍ତି |ପ୍ରୀତିକା ପ୍ରିୟଦର୍ଶିନୀ ୯୯. ୨ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ, ବିଭୁ ପ୍ରସାଦ ସ୍ୱାଇଁ ଓ ସୁଶ୍ରୀ ଶ୍ୟାମା ୯୮. ୪ ପ୍ରତିଶତ ନମ୍ବର ରଖି ଯୁଗ୍ମ ଦ୍ଵିତୀୟ ସ୍ଥାନ ଓ ନିହାର ରଞ୍ଜନ ସେନାପତି ୯୬. ୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି |ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ସାଧୁବାଦ ଜଣାଇଛନ୍ତି |



