ବରଗଡ:୧୨/୭(ପବିତ୍ର ମେହେର) ପରିବେଶକୁ ସବୁଜ, ସୁନ୍ଦର ଓ ଆକର୍ଷଣୀୟ କରିବା ନିମନ୍ତେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକ ଛାତ୍ରଛାତ୍ରୀମାନଙ୍କୁ ଜୈବମଣ୍ଡଳର ସୁରକ୍ଷା ନିମିତ୍ତ ସବୁଜିମା ସୃଷ୍ଟି କରିବା ସକାଶେ ସଚେତନ କରିଥିଲେ। ବିଦ୍ଯାଳୟର ଇକୋକ୍ଲବ ଇନଚାର୍ଜ ତଥା ଇକୋକ୍ଲବ ମାଷ୍ଟର ଟ୍ରେନର୍ ସଂଜୟ ଖମାରୀଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଛାତ୍ରାବସ୍ଥାରୁ ପରିବେଶ ସୁରକ୍ଷା ପ୍ରତି ସଚେତନତା ଜାଗ୍ରତ

କରିବା ନିମନ୍ତେ “” ମାଁ ପାଇଁ ଗଛଟିଏ -୨.୦,” ଅଭିଯାନରେ ଅଂଶ ଗ୍ରହଣ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ପଣସ, ଡାଳିମ୍ବ,ଅଁଳା, କରଞ୍ଜ , ଜାମୁ,କାଜୁ,ବାଉଁଶ ଆଦି ୨୦୦ ରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରାଯାଇଥିଲା।ଏହି ଚାରା ବଣ୍ଟନ କାର୍ଯ୍ୟରେ ଭଟଲି ବନାଞ୍ଚଳ ଅଧୀନରେ ଥିବା ଦ୍ଵାରୀ ସେକ୍ସନର ଫରେଷ୍ଟର ବିଷ୍ଣୁ ଚରଣ ବିଶ୍ୱାଳ,ଫରେଷ୍ଟ ଗାର୍ଡ ପଦ୍ମନ୍ ପ୍ରଧାନ,ଆଣ୍ଟି ପୋଚିଙ୍ଗ ସ୍କ୍ୱାର୍ଡ ସୁବଳ ସାହୁ , ଶିକ୍ଷକ ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ,ଶିକ୍ଷକ ତେଜରାମ ସା ,ବୋଧରାମ ବିଶ୍ବାଳ,ଶ୍ରୀପତି ସାହୁ,ଈଶ୍ୱର ପଧାନ, ରଞ୍ଜିତ ସାହୁ,ଅମୂଲ୍ୟ ଭୋଇ, ପଦ୍ମଲୋଚନ ବିଶି,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ, ରାଜକୁମାରୀ ଭୁଏ,ସରିତା ପଟେଲ, ମନୋଜା ପଟେଲ,ପୁଷ୍ପାଞ୍ଜଳି ପଧାନ,ଅନୀତା ପଧାନ,ପଦ୍ମଲୋଚନ ବିଶି,ରୁକୁଣୀ ସେଠ,ଅନିଳ ସିଦାରଙ୍କ ସମେତ ଜୁନିଅର ରେଡକ୍ରସ ତଥା ବୀର ସୁରେନ୍ଦ୍ର ସାଏ ଇକୋକ୍ଲବ ତଥା ୟୁଥ୍ ଆଣ୍ଡ ଇକୋ କ୍ଳବର ସମସ୍ତ ସଦସ୍ଯ ସକ୍ରିୟ ଅଂଶଗ୍ରହଣ କରିଥିଲେ।



