ଜୁନାଗଡ଼ ରେ ସୌମ୍ୟଶ୍ରୀ ମୃତ୍ୟୁ କୁ ନେଇ ବନ୍ଦ ପାଳନ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ସିପିଆଇ ର ସମସ୍ତ ବାମପନ୍ଥୀ ଦଲ ସହିତ କଂଗ୍ରେସ,ଆରଜେଡି, ସମାଜ ବାଦୀ ପାର୍ଟି ସହିତ ତମାମ ଆଠଗୋଟିଏ ଦଳ ନିଷ୍ପତ୍ତି କ୍ରମେ ଆଜି ଗୁରୁବାର ଦିନ ଓଡ଼ିଶା ବନ୍ଦ ଡାକରାରେ ବନ୍ଦ ପାଳନ ହୋଇଛି, ବାଲେଶ୍ବର ଫକିରମୋହନ ବିଶ୍ବବିଦ୍ୟାଳୟ ରେ ପାଠପଢୁଥିବା ଭଉଣୀ ଶୈମ୍ୟାଶ୍ରୀ ବିଶି ଙ୍କୁ ମାନଶିକ ନିର୍ଜାତନା, ଯୈାନ ନିର୍ଯାତନା, ଶାରିରୀକ ସମ୍ପର୍କ ରଖିବା ପାଇଁଁ, ଏମିତି ବିଭିନ୍ନ ଆଲରେ ବହୁତ ଟଚ୍ଚର କରୁଥିବା ଅଭିଯୋଗ ନେଇ , ଅଧ୍ୟାପକ, ସ୍ଥାନୀୟ ପୋଲିସ,ଏମ୍ ପି, ବିଧାୟକ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୂଖ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ କରିଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ, ଶେଷରେ ନିଜ କଲେଜରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ ତେଣୁ ସେହି ଭଉଣୀଙ୍କୁ ନ୍ୟାୟ ଦେବାପାଇଁ , ସିବିଆଇ ତଦନ୍ତ ପାଇଁ, ଉଚ୍ଚ ଶିକ୍ଷାମନ୍ତ୍ରୀ, ମୂଖ୍ୟ ମନ୍ତ୍ରୀ,ଏମ୍ ପି, ବିଧାୟକ, ଇସ୍ତଫା ଦେବା ପାଇଁ ବନ୍ଦ ପାଳନକୁ କଡାକଡି ଭାବରେ ଚକ,ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ଜୁନାଗଡ଼ ରେ ବନ୍ଦ କରି ସମର୍ଥନ ଜଣେଇ ଛନ୍ତି | ତେଣୁ ମୃତୁ ସୌମ୍ୟ ଶ୍ରୀ ଙ୍କୁ ନ୍ୟାୟ ଦେବାପାଇଁ ଏହି ବନ୍ଦ ଡାକରା ରେ ସି,ପି,ଆଇ, ରାଜ୍ୟ ପରିଷଦ ମେମ୍ବର ଦାମୋଦର ବେହେରା, କଳାହାଣ୍ଡି ଜିଲ୍ଲା ପରିଷଦ ସି,ପି,ଆଇ ରାଜାରାମ ଡୋଙ୍ଗରି, ଅକ୍ଷୟ କୁମାର ମେହେର,କଂଗ୍ରେସ ରୁ ରାଜ୍ୟ ସମ୍ପାଦକ ତୁଲେଶ୍ୱର ନାଏକ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ବ୍ଲକ ସଭାପତି ପରମେଶ୍ୱର ମଟେଲ, ପ୍ରଭାତ ଦାସ,ପ୍ରମୁଖ ଯୋଗଦେଇ ଶାନ୍ତିପୂର୍ଣ୍ଣ ନ୍ୟାୟିକ ଭାବରେ ବନ୍ଦ ପାଳନ ହୋଇଥିଲା..। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



