କେନ୍ଦୁଝର ପୋଲିସକୁ ବଡ଼ସଫଳତା କେନ୍ଦୁଝର ପୋଲିସ୍ କବ୍ଯାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ
କେନ୍ଦୁଝର ପୋଲିସ୍ କୁ ବଡ ସଫଳତା। ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଏକୋଇସ ଜଣକୁ ଗିରଫ କରିଛି କେନ୍ଦୁଝର ପୋଲିସ। ସୂଚନା ଅନୁଯାୟୀ ଗତ ଷୋହଳ ତାରିଖ ଦିନ କେନ୍ଦୁଝର ରେ ହୋଇଥିବା ଏକାଧିକ ଅଳଙ୍କାର ଲୁଟ୍ ଘଟଣା ପରେ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କେନ୍ଦୁଝର ପୋଲିସ୍ । ଯାହାକି ସୂଚନା ରହିଛି ଏହି ଗ୍ୟାଙ୍ଗ ବିଭିନ୍ନ ରାଜ୍ୟରେ ହଜାରେ ରୁ ଅଧିକ ଘଟଣା ଭିଆଇଥିବା ସୂଚନା। ମୁଖ୍ୟ ଅଭିଯୁକ୍ତ ଚିନ୍ମୟ ପ୍ରଧାନ ମହାରାଷ୍ଟ୍ର ଓ ବିହାର୍ ରାଜ୍ୟର ମୋଷ୍ଟ ୱାଣ୍ଟେଡ ଅପରାଧୀ ଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର । ସେମାନଙ୍କଠାରୁ ଆଠଟି ସୁନା ଚେନ୍ ଚଉଦଟି ମୋଟରସାଇକେଲ ଏକୋଇଶି ଟି ମୋବାଇଲ୍ ଓ ନଗଦ କିଛି ଟଙ୍କା ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବା ନେଇ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



