ଗଜପତି କ୍ଲବ୍ ଗଣେଶ ପୂଜାର ଭସାଣୀ ଉତ୍ସବ ପାଳିତ
ଢେଙ୍କାନାଳ, ୧୮/୯ : ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ଗ୍ରାମର ଗଜପତି କ୍ଲବ ତରଫରୁ ୨୦ବର୍ଷ ଧରି ଗଣେଶ ପୂଜା ପାଳିତ ହୋଇଆସୁଥିବାବେଳେ ଚଳିତ ବର୍ଷ ପୂଜାର ଆଜି ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଭସାଣୀ ଉତ୍ସବରେ ସମାଜସେବୀ ରାମଚନ୍ଦ୍ର ପାତ୍ର ଯୋଗଦେଇ ଅତି ଆନନ୍ଦ ଉଲ୍ଲାସର ସହ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ପ୍ରତ୍ୟକ ଦିନ ନୀତି କାନ୍ତି ଅନୁସାରେ ପୂଜା କରାଯାଇଥିଲା । ପୂରାତନ ସଭାପତି ତଥା ପୂଜକ ପ୍ରମୋଦ କୁମାର ପଣ୍ଡା ଓ କର୍ତା ଅର୍ଜୁନ ଦାସ ଓ ସଭାପତି ପ୍ରିୟବ୍ରତ ପଣ୍ଡା, ସଂପାଦକ ସୂର୍ଯ୍ୟନାରାୟଣ ସାହୁ ଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ ସମ୍ପର୍ଶ କରାଯାଇଥିଲା । କଟକ ବିଡାନାସୀର ସାଇଲକ୍ଷ୍ମୀ ବ୍ୟାଣ୍ଡ ପାର୍ଟିର ସଂଗୀତରେ ଯୁବକ, ପିଲା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଅତି ଆନନ୍ଦ ଉଲ୍ଲାସର ସହିତ ନୃତ୍ୟ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


