ସୁଶୀଲ ମେହେର ହେଲେ ନୂଆ କଂସ
ଵରଗଡ: ସୁଶୀଲ ମେହେର ନୂଆ କଂସ ହୋଇଛନ୍ତି । ବରଗଡ ଧନୁଯାତ୍ରା ପାଇଁ କଂସଙ୍କ ନାଁ ଘୋଷଣା କରାଯାଇଛି । ବରଗଡ ଟାଉନ ହଲ ଠାରେ ଆବେଦନ କରିଥିବା ୪୪ ଜଣଙ୍କୁ ନେଇ ହୋଇଛି କଂସ ଭୁମିକା ପାଇଁ କଳାକାର ଚୟନ । ଅନ୍ୟପାର୍ଶ୍ୱ ଅଭିନେତା ଚୟନ ମଧ୍ୟ ହୋଇସାରିଛି । କିଛି ସମୟ ପରେ ଚୁଡାନ୍ତ କଳାକାର ତାଲିକା ଘୋଷଣା କରାଯିବ । ୧୫ ତାରିଖରେ ଆରମ୍ଭ ହେଉଥିବା କଳାକାର ଚୟନ ପ୍ରକ୍ରିୟାରେ ପୂର୍ବରୁ ମହାମନ୍ତ୍ରୀ , ସେନାପତି , ଚାଣୁର , ମୁଷ୍ଟିକ , ନାରଦ, ଦେବକୀ , ବସୁଦେବ, ଉଗ୍ରସେନ ଆଦି ଭୁମିକା ପାଇଁ କଳାକାର ବଛା ସରିଛି । ଅପେକ୍ଷା ରହିଥିଲା ଯେ କଂସ କିଏ ହେବ । ସୁଶୀଲ ମେହେରଙ୍କ ନାଁ ବର୍ତ୍ତମାନ ଘୋଷଣା କରାଯାଇଛି । ବରଗଡ ଧନୁଯାତ୍ରାରେ କଂସ ହେଉଛନ୍ତି ମୁଖ୍ୟ କଳାକାର ା


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)
