Spread the love

ବଡ଼ବିଲ ଇଣ୍ଡସିଣ୍ଡ ବ୍ୟାଙ୍କ୍ ରେ ଟଙ୍କା ରଖୁଥିଲେ ହେଇଯାନ୍ତୁ ସାବଧାନ, ଟଙ୍କା ଗାୟବ ହେବାର ଆଶଙ୍କା ରହିଛି

ବଡ଼ବିଲ ଇଣ୍ତସିଣ୍ଡ ବ୍ୟାଙ୍କ୍ ରେ ଟଙ୍କା ରଖୁଥିଲେ ସାବଧାନ । ଫିକ୍ସ ଡିପୋଜିଟ ରୁ ହଉଛି ଟଙ୍କା ଗାୟବ । ନିୟମିତ ଏକାଉଣ୍ଟ୍ କୁ କଣ ବା ଭରଷା।ବଡ଼ବିଲ ଇଣ୍ଡସିଣ୍ଡ ବ୍ୟାଙ୍କ୍ ରେ ଥିବା ଏକାଉଣ୍ଟ୍ ଉପରେ ଠକଙ୍କ ଗିଧ ନଜର କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଠାରେ ଥିବା ଇଣ୍ଡସିଣ୍ଡ ବ୍ୟାଙ୍କ୍ ରେ ଟଙ୍କା ରଖୁଥିଲେ ଅବା କାରବାର କରୁଥିଲେ ଟିକିଏ ସାବଧାନ ରୁହନ୍ତୁ ନହେଲେ କେତେବେଳେ ବି ଟଙ୍କା ଗାୟବ୍ ହୋଇପାରେ ଆପଣଙ୍କ ଏକାଉଣ୍ଟ୍ ରୁ, ଏହି ବ୍ୟାଙ୍କ୍ ରେ ଆପଣଙ୍କ ଏକାଉଣ୍ଟ୍ ଉପରେ କୁଚକ୍ରି ଫ୍ରଡ୍ ଙ୍କ ଗିଧ ନଜର ରହିଛି କେତେବେଳେ ବି ଆଖି ପିଛୁଳାକେ ଆପଣଙ୍କ ଅର୍ଜିତ ଟଙ୍କା ଏକାଉଣ୍ଟ୍ ରୁ ଗାୟବ୍ ହୋଇଯିବ। ତେଣୁ ସାବଧାନ ରୁହନ୍ତୁ। ଏହି ଇଣ୍ଡସିଣ୍ଡ ବ୍ୟାଙ୍କ୍ ରେ ଏକାଉଣ୍ଟ୍ ରହିଥିବା ବ୍ୟକ୍ତିଙ୍କ ଟଙ୍କା ଗାୟବ ହୋଇଥିବା ଅଭିଯୋଗ ହୁଏ, ଏନେଇ ବ୍ୟାଙ୍କ୍ ଅଧିକାରୀ ଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ ଅସମର୍ଥ ଓ ସେ ଏବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ବ୍ୟାଙ୍କ୍ ପକ୍ଷରୁ କରିଥିବା ନେଇ ସୂଚନା । ଅନ୍ୟପଟେ ବ୍ୟାଙ୍କ୍ ଅଧିକାରୀ ଅବା କର୍ମଚାରୀଙ୍କ ମିଳିତ ସହଯୋଗରେ ଏପରି ଟଙ୍କା ହଡପ ହୋଇଥିବା ସନ୍ଦେହ ପ୍ରକଟ କରିଛନ୍ତି ଅଭିଯୋଗକାରୀ, ଶୁଣନ୍ତୁ କଣ ରହିଛି ଅଭିଯୋଗ ଏହି ଇଣ୍ଡସିଣ୍ଡ ବ୍ୟାଙ୍କ୍ ରେ ଥିବା ଏକାଉଣ୍ଟ୍ ଧାରିଙ୍କ ଓ କଣ କହୁଛନ୍ତି ସେମାନେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Youtube – JAGRAT BHARAT NEWS

Leave a Reply

Your email address will not be published. Required fields are marked *