ଠାକୁର ଅଭିରାମ ପରମହଂସ ଙ୍କ ୧୨୩ତମ ଜନ୍ମ ଜୟନ୍ତୀ ପାଳିତ ବନ୍ଦାଗାଁ

ଧର୍ମଗଡ଼/୧୮/୧/୨୬/ ଭାରତ ଦେଶ ସାଧୁ ସନ୍ତମାନଙ୍କର ଦେଶ ଅଟେଏଣୁ ବିଭିନ୍ନ ସମୟରେ ବିଶ୍ଵର ମଙ୍ଗଳ କାମନା ନିମନ୍ତେ ସାଧୁ ସନ୍ତ ମାନେ ଅନେକ ସ୍ଥାନରେ ଯଜ୍ଞ କରି ତଥା ସତସଙ୍ଗ କରି ଲୋକଙ୍କୁ ସତ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରବୋଚନ ମାଧ୍ୟମରେ ଉପ ଦେଶ ଦେଇ ଥାନ୍ତି ମାନବ ସମାଜପଥଭ୍ରଷ୍ଟ ନହେଉ, ବହୁ ସାଧୁ ସନ୍ତ ଏପବିତ୍ର ମାଟିରେ ଜନ୍ମନେଇ ଆମକୁ ତାଙ୍କ ଚ଼ଳାପଥରେ ଚାଲିବା ପାଇଁ ମାର୍ଗ ଦେଖାଇଛନ୍ତି।ସେପପରି ଜଣେ ଠାକୁର ଅଭିରାମ ପରମହଂସଙ୍କ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବନ୍ଦାର୍ଗାଁ ଗ୍ରାମରେ ଠାକୁର ଅଭିରାମ ପରମହଂସଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି ବହୁ ସଂଖ୍ୟାରେ ଶ୍ରଦାଳୁ ଭକ୍ତ ମାଁ , ମାଉସୀ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ସାମିଳ ହୋଇଥିଲେ ଏହି ମନ୍ଦିର ଦୂର୍ଗା ମାଧବ ମନ୍ଦିର ନାମରେ ନାମିତ ଥିବା ବେଳେ ଏହି ପିଠରେ ଆଜି ଠାକୁର ଅଭିରାମ ପରମହଂସ ଙ୍କ୧୩୧ତମ ଜନ୍ମ ବାର୍ଷିକ ପାଳନ ହୋଇ ଥିଲା, ଗ୍ରାମର’ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦ ଉଲ୍ଲାସର ମଧ୍ୟରେ ଜନ୍ମ ଜୟନ୍ତୀ ପାଳନ କରିଥିଲେ, ଶେଷରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ଆବାଳ ବୃଧ ବନୀତା ପ୍ରସାଦ ପାଇଥିଲ।। ମାଁ ମାନଙ୍କ ହୁଳହୁଳୀରେ ମନ୍ଦିର ପୀଠ ପ୍ରକମ୍ପିତ ହୋଇ ଉଠି ଥିଲା, ଅନ୍ୟ ମାନଙ୍କ ମଧ୍ୟରେ, ରାମ ଚନ୍ଦ୍ର ବଗର୍ତ୍ତୀ, ଶଶିକାନ୍ତ ଭରା ଶଗ୍ରିଆ, ମୋହନ ପ୍ରଧାନ,ରୋମାଞ୍ଚ ଶା, ହରି ବନ୍ଧୁ ସା, କୌଶଲ୍ୟା ପ୍ରଧାନ, ରଙ୍ଗବତୀ ସା, ଓ ପୂର୍ଣ୍ଣମୀ ସା,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ , ସଦାନନ୍ଦ ବଗର୍ତ୍ତି, ଦୂରଗେ ସାହୁ, ଓ ପରୀକ୍ଷ ସାହୁ, ଠାକୁରଙ୍କ ଉପରେ ବିସ୍ତାର ରୂପରେ ବକ୍ତବ୍ୟ ପ୍ରଦାନ କରିଥିଲେ, କିଛି ଘଣ୍ଟା ଧରି ଗ୍ରାମ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ସତେ ଯେପରି ଭକ୍ତ ଭଗବାନ ଏକାକାର ହୋଇଗଲେ। ଧର୍ମଗଡ଼ରୁ ଧବଳେଶ୍ଵର ରଣାଙ୍କ ରିପୋଟ ଜାଗ୍ରତ ଭାରତ




