
(ଜେ ବି ଏନ) ୦୯/୧୨ /୨୦୨୦ ନିଉ ଦିଲ୍ଲୀ :ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ୧୪ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ। ଏହି ଗସ୍ତ ଆଗାମୀ ବର୍ଷ ଜାନୁଆରୀରେ ହେବ।

ଦକ୍ଷିଣ ଆଫ୍ରିକା ଏହି ଗସ୍ତରେ ଘରୋଇ ପାକିସ୍ତାନ ବିରୋଧରେ ଦକ୍ଷିଣ ଆଫ୍ରିକା ଦୁଇଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ଦକ୍ଷିଣ ଆଫ୍ରିକା ଶେଷ ଥର ୨୦୦୭ରେ ପାକିସ୍ତାନ ଗସ୍ତ କରିଥିଲା।

ଟେଷ୍ଟ ମ୍ୟାଚ୍ କରାଚି ଓ ରାଓ୍ଵଲପିଣ୍ଡିରେ ଖେଳାଯିବ। ଟି-୨୦ ମ୍ୟାଚ୍ ଲାହୋରରେ ଖେଳାଯିବ। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ଜାରି ବିବୃତ୍ତିରେ କହିଛି, ଦକ୍ଷିଣ ଆଫ୍ରିକା ଦଳ ଜାନୁଆରୀ ୧୬ରେ କଚାରିରେ ପହଞ୍ଚିବ।



