ଜିଲ୍ଳାଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ୨୦୨୬ ପାଳନ
ତାଳଚେର, ୦୪/୦୪ ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଆପକ୍ଷ ୨୦୨୬ ପାଳନ ଅବସରରେ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍ -୧୯୫୬ ଅନୁଯାୟୀ ସମସ୍ତ ଦୋକାନ ବାଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବାକୁ ଏକ ସଚେତନତା ପଦଯାତ୍ରା ଏବଂ ସଚେତନତା ରଥ ଉପଜିଲ୍ଳାପାଳ କାର୍ଯ୍ୟାଳୟରୁ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତାଳଚେର ଶ୍ରମକାର୍ଯ୍ୟାଳୟ ସମସ୍ତ କାର୍ଯ୍ୟକର୍ତା ସହ ପୌରପାଳିକା, ଅନୁଗୋଳ ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରତିନିଧି ଅନୁଗୋଳ ବାଣିଜ୍ୟ ଓ ଶିଳ୍ପପ୍ରତିଷ୍ଠାନ ପ୍ରତିନିଧି, ଶ୍ରମିକସଂଗଠନର କର୍ମକର୍ତା, ସ୍ୱେଚ୍ଛାସେବୀ ସଂଗଠନମାନେ ଉପସ୍ଥିତ ଥିଲେ । ଏହି ସଚେତନତା ପଦଯାତ୍ରା ଉପଜିଲ୍ଳାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭହୋଇ ହାଟତୋଟ।। ଆଇଟିଆଇ ଛକ ଶର୍ମାଛକ ରୋଡ଼ଦେଇ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ପଂହଚିଥିଲା । ଯେଉଁ ପ୍ରତିଷ୍ଠାନ ଗୁଡ଼ିକ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ସହକାରୀ ଶ୍ରମଅଧିକାରୀ ଗୋଲାଫୁଲ ପ୍ରଦାନ କରିଥିଲେ ।



