ଜୁମ୍ ଆପ୍ ଜରିଆରେ ଜାଗ୍ରତ ଭାରତ ନ୍ୟୁଜ୍ ର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଫଳ

ଜେ ବି ଏନ,୧୩/୨୨/୨୦୨୦, ଅନୁଗୋଳ: କରୋନା ମହାମାରୀ ଦୀର୍ଘଦିନ ଧରି ବନ୍ଧୁ ମିଳନ ରେ ବାଧକ ସାଜିଛି। ତେବେ ଆଜି ଓଡିଆ ୱେବ ପୋର୍ଟାଲ ନ୍ୟୁଜ ‘ଜାଗ୍ରତ ଭାରତ ନ୍ୟୂଜ୍’ ପରିବାର ତରଫରୁ ଏକ ବନ୍ଧୁ ମିଳନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଏକ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହୋଯାଇଅଛି। ପ୍ରଥମେ ଜେବିଏନ ର ମୂଖ୍ୟ ସମ୍ପାଦକ ସୁଶିଲ କୁମାର ଆଇଚ ସମସ୍ତ ଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ପରେ ସମ୍ପାଦକ ଶୁଶାନ୍ତ କୁମାର ସାମଲ, କଟକ ଭୁବନେଶ୍ବର ପ୍ରତିନିଧି ପ୍ରଦୀପ କୁମାର କାଣ୍ଡି, ଖୋର୍ଦ୍ଧା ପ୍ରତିନିଧି ରଞ୍ଜିତ କୁମାର ସାହୁ,

କଟକ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା, କଟକ ପ୍ରତିନିଧି ଭ୍ରମର ବର ବେହେରା, ଢେଙ୍କାନାଳ ପ୍ରତିନିଧି ଶୁଶାନ୍ତ କୁମାର ମହାପାତ୍ର,ସ୍ଵତନ୍ତ୍ର ତଥା ବରଗଡ଼ ଓ କାର୍ଯ୍ୟାଳୟ ଷ୍ଟାଫ ବିନୋଦ କୁମାର ନାୟକ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ l ସର୍ବ ପ୍ରଥମେ ମୂଖ୍ୟ ସମ୍ପାଦକ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ବନ୍ଧୁ ମିଳନ ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ସମ୍ୟକ୍ ସୂଚନା ଆରମ୍ଭ କରିଥିଲେ। ଏହି ସମୟରେ ସମ୍ପାଦକ ଓ ଅନ୍ୟ ସାମ୍ବାଦିକ ମାନେ ନିଜର ମତାମତ ଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ତେବେ ଅନଲାଇନ୍ ସଂଯୋଗରେ ବୁଝାମଣା ହୋଇ ନ ପାରିବାରୁ କେତେକ ସାମ୍ବାଦିକ ବୈଠକରେ ଭାଗ ନେଇ ପାରି ନ ଥିଲେ। ଆଗାମୀ ଦିନରେ ପୁଣି ଗୋଟିଏ ଦିନ ଧାର୍ଯ୍ୟ କରି ବୈଠକ ହେବ ବୋଲି ମିଟିଂ ରେ ସ୍ଥିର ହୋଇଥିଲା ଲ ଶେଷରେ ମୁଖ୍ୟ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକ କୁ ଶେଷ କରିଥିଲେ।





