Spread the love

GST ବିଭାଗ ପକ୍ଷରୁ ବଡ ଧରଣ ର ଚାଲିଛି ରେଡ୍

ଅନୁଗୋଳ ଜିଲ୍ଲା ତୁରଙ୍ଗ ଛକ ରେ ଥିବା ସନ୍ତୋଷ ଟ୍ରେଡିଂ ନାମକ କମ୍ପାନି ରେ ଚାଲିଛି ବଡ ଧରଣର ରେଡ

ଅନୁଗୋଳ ଜିଲ୍ଲା ତୁରଙ୍ଗ ତୁରଙ୍ଗ ଛକ ରେ ଥିବା ସନ୍ତୋଷ ଟ୍ରେଡିଂ କମ୍ପାନି ଏକ ମାର୍ବଲ ଦୋକାନ। ଜିଲ୍ଲାରେ ବିଭିନ୍ନ ସମୟରେ GST ଠକାମି ର ଅଭିଯୋଗ ପରେ ଚାଲିଛି ବଡ ଧରଣର ରେଡ। ସୂଚନା ଯେ, ସେଣ୍ଟ୍ରାଲ GST ପକ୍ଷରୁ ଚଡାଉ କରାଯାଇଥିବା ଜଣାପଡିଛି। ପ୍ରାୟ ୮ ଜଣିଆ ଟିମ୍ ଆସି ଏହି ଚଢାଉ ହେଉଛି। ଆସିଷ୍ଟାଣ୍ଡ ଆଡିସନାଲ ଡାଇରେକ୍ଟର ଓମ୍ ପ୍ରକାଶ ନାୟକ ଙ୍କ ନେତୃତ୍ବରେ ଏହି ଚଢାଉ କରାଯାଉଛି। ପ୍ରାୟ ଦୁଇ ଗାଡି ରେ ଆସି ଏହି ରେଡ୍ କରୁଥିବା ଜଣାପଡ଼ିଛି। ଦିନ ୧ ଘଟିକା ରୁ ଏହି ରେଡ୍ ଚାଲିଥିବା ସୂଚନା ରହିଛି।
ସୂଚନା ଯେ, ସନ୍ତୋଷ ଟ୍ରେଡିଂ କମ୍ପାନି ର ମାଲିକ ହିସାବରେ ବିକାଶ ବାଗିଡିଙ୍କ ର ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *