Spread the love

ଗୋପାଲପୁରରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ


ବରଗଡ଼ (ପବିତ୍ର ମେହେର) ଭଟଲି ବ୍ଲକ ଗୋପାଲପୁର ଆଶ୍ରମ ସ୍କୁଲରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବ ଶିକ୍ଷକ ଉଚ୍ଛବ ଭୁଏଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ
“ଝିଅ ଆମର ଗର୍ବ ଗୌରବ,
ବୋଝ ବୋଲି ତାକୁ କେବେ ନ ଭାବ”,
“ନିଜ ସୁରକ୍ଷା ନିଜେ କରିବା ,
କନ୍ୟାରତ୍ନକୁ ଆଗେଇନେବା” ଆଦି ଲିଖିତ
ପ୍ଲାକାର୍ଡ ଧରି ଗୋପାଳପୁର ଗ୍ରାମ ପରିକ୍ରମା କରିବା ସହିତ ସ୍ଲୋଗାନ ମାଧ୍ୟମରେ ଶିଶୁ ଅଧିକାର, ସମାଜରେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ,କନ୍ୟା ଭ୍ରୁଣ ହତ୍ୟା ନିରାକରଣ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରେଡ୍ଡୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ସାଧନକର୍ମୀ ଭାବରେ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଯୋଗ ଦେଇ ପୋକ୍ସୋ ଆକ୍ଟ,ବାଲ୍ୟ ବିବାହ ନିରାକରଣ, ଶିଶୁ ଅଧିକାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ “ବେଟି ବଚାଓ , ବେଟି ପଢ଼ାଓ”ଶୀର୍ଷକ ଆଲୋଚନା ଚକ୍ରରେ କନ୍ୟା ଭ୍ରୂଣ ହତ୍ୟା କିପରି ରୋକାଯାଇପାରିବ ଓ ବାଳିକାମାନେ କିପରି ଉଚ୍ଚ ଶିକ୍ଷିତ ହୋଇ ପାରିବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଉଚ୍ଛବ ଭୁଏ, ରାଜୀବ ଲୋଚନ ସାହୁ,ଦିଲ୍ଲୀପ ପଧାନ,ଅଷ୍ଟମନ୍ୟୁ ବାରିକ,ଶିକ୍ଷୟିତ୍ରୀ ମମତା ସାହୁ,ଦୀପ୍ତି ତ୍ରିପାଠୀ,ପଞ୍ଚମୀ ନାଏକ, ସାବିତ୍ରୀ ସା,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ,ସଦସ୍ୟା ସରସ୍ଵତୀ ନାଏକ,ପଦ୍ମିନୀ ବାଗ,ସୁଦେଷ୍ଣା ନାଏକ,ମାନସୀ ଷଣ୍ଢ, ସବିତା ବାଗ, ସାବିତ୍ରୀ ଭୁଏ, ସୀତା ନାଏକ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ଅଷ୍ଟମନ୍ୟୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *