Spread the love

ଘର ବାହୁଡ଼ା ହେଲେ ଚତୁର୍ଦ୍ଧା ମୂରତୀ

ତାଳଚେରତାଳଚେର, ୦୫/୦୭ ନବଦିନାତ୍ମକ ଯାତ୍ରାସାରି ଜନ୍ମବେଦୀ ଆଡ଼ପମଣ୍ଡପରୁ ବାହୁଡ଼ିଛନ୍ତି ଦାରୁ ବିଗ୍ରହ । ଏନେଇ ରଥ ଓ ପଥ ପ୍ରସ୍ତୁତ । ବାହୁଡ଼ା ଯାତ୍ରା ଜନ୍ମଦେବୀରେ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ । ସେବାୟତମାନେ ଉତ୍କଣ୍ଠାର ସହ ରଥକୁ ବିଜେ କରିଛନ୍ତି । ସେହିପରି ଭକ୍ତମାନେ ମଧ୍ୟ ତାଙ୍କର ପ୍ରିୟ କାଳିଆ ସାନ୍ତେଙ୍କୁ ରଥରେ ବସାଇ ରଥଟାଣିନେବାକୁ ବ୍ୟାକୁଳ ହୋଇଥିଲେ । ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ଫେରିବେ ଶ୍ରୀ ଜଗନ୍ନାଥ । ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତରେ ସାରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ବାହୁଡ଼ା ଯାତ୍ରା ପାଇଁ ଆଜି ସନ୍ଧ୍ୟା ଦର୍ଶନ ନୀତିକାନ୍ତକୁ ସଙ୍କୁଚିତ କରାଯାଇଥିଲା । ସନ୍ଧ୍ୟା ୪ଘଟିକାରେ ମନ୍ଦିର ଶୋଧକରାଯାଇ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଅନ୍ୟପକ୍ଷରେ ବାହୁଡ଼ାଯାତ୍ରା ପାଇଁ ନୀତିକାନ୍ତୀ ଚୂଡ଼ାନ୍ତ କରାଯାଇଥିଲା । ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶଶେଷ ହୋଇ ସକାଳ ମଧ୍ୟରେ ଗୋପାଳ ବହ୍ଲଭ, ସକାଳ ଧୂପ ଏବଂ ଭୋଗ ଲାଗିଥିଲା । ସେନାପଟ ଲାଗି, ମଙ୍ଗଳାର୍ପଣ, ବାହୁଡ଼ା ପହଣ୍ଡି ବେଶଶେଷ, ଛେରାପହଁରା, ଚାରମାଳ ଫିଟାଇ ରଥଟାଣିବା ପାଇଁ ନୀତିକାନ୍ତ ଚୂଡ଼ାନ୍ତ ହୋଇଥିଲା । ଆଜି ବାହୁଡ଼ାଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ତିନିଠାକୁର । ଆଶାଢ଼ମାସ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ତିନି ଠାକୁର ଗୁଣ୍ଡିଚା ଘରୁ ବଡ଼ଦେଉଳକୁ ଫେରନ୍ତି । ଏହି ଫେରନ୍ତାକୁ କୁହାଯାଏ ବାହୁଡ଼ାଯତ୍ରା । ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା । ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବା ପାଇଁ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ଉଲ୍ଲେଖ ରହିଛି । ସେହିଦିନ ପ୍ରାତଃକାଳ ଅତ୍ୟନ୍ତ ସମୃଦ୍ଧିବାନ୍ । ଭଗବାନ ବିଷ୍ଣୁଙ୍କର ପାଳିତ ଦକ୍ଷିଣାମୁଖୀ ଯାତ୍ରା ସେଦିନ ଦେଖିବା ଅତ୍ୟନ୍ତ ଦୁର୍ଲଭ । ତେବେ ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗରୂପେ ଧରାଯାଇଛି । ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମନ୍ଦିରରେ ଦ୍ୱିତୀୟବାସ ଅଙ୍ଗ ଓ ବାହୁଡ଼ାବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ ବୋଲି ବିବେଚନା ପୂର୍ବପୁରୁଷରୁ କରି ଆସିଛନ୍ତି । ତେବେ ଏହିପରି ତାଳଚେର ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡ଼ାଯାତ୍ରା ମହାବାହୁଙ୍କର ରୀତିନୀତି ଅନୁସାରେ ପାଳନ ହୋଇ ଆସୁଛି ।ବର୍ଷକୁ ଥରେ ମାତ୍ର ପ୍ରଭୂ ଦେଉଳଛାଡ଼ି ଯାତ୍ରା କରୁଥିବା ବେଳେ ପୁଣି ବାହୁଡ଼ା ଯାତ୍ରାଦିନ ବଡ଼ଦେଉଳକୁ ଫେରି ଆସନ୍ତି । ପୁସ୍ତିକାରେ ଲେଖାଯାଇଥିବା ଳେଖନୀରୁ, ପ୍ରଭୂ ମା’ଲକ୍ଷ୍ମୀଙ୍କୁ ୬ଦିନ କହି ୯ଦିନ ଯାତ୍ରା କରିବା ପ୍ରଥା ମାତା ଲକ୍ଷ୍ମୀଙ୍କ ଦେହରେ ନଯାଇ ସେ ରାଗଋଷା ଓ ଅଭିମାନ କରି ହେରାପଂଚମୀ ଦିନ ବଡ଼ଦେଉଳରୁ ଗୁଣ୍ଡିଚା ମନ୍ଦିରରେ ପଂହଚି ଯାଆନ୍ତି, ପ୍ରଭୂଙ୍କ ସହ ରାଗଋଷା କରିବାକୁ । ତେବେ ପ୍ରଭୂ ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ଓ ଏକାଦଶୀ ସାରି ପୁଣି ବଡ଼ଦେଉଳକୁ ବିଜେ କରିଥାନ୍ତି । ମା’ଲକ୍ଷ୍ମୀଙ୍କର ରାଗଋଷା ଶିଖରେ ପଂହଚି ଯାଇଥିବାରୁ ମା’ଙ୍କ ରାଗ ଶାନ୍ତ କରିବାକୁ ପ୍ରଭୂ ତାଙ୍କ ପାଇଁ ସ୍ନେହର ସହ କିଛି ଲଡ଼ୁ ସାଥିରେ ନେଇ ବଡ଼ଦେଉଳ ଅଭିମୁଖେ ଯାତ୍ରା କରନ୍ତି । ଏହି ପ୍ରଭୂଙ୍କ ରଥଯାତ୍ରାଟି ବର୍ଷକୁ ଥରେ ହୋଇଥିବାରୁ ଶ୍ରଦ୍ଧାଳୁମାନେ ପ୍ରଭୂଙ୍କ ଯାତ୍ରା ଦେଖିବାକୁ ନିଜ ଭାଗ୍ୟର ସହ ତୁଳନା କରିଛନ୍ତି । ତେଣୁ ତାଳଚେର ରଥଯାତ୍ରା ଏକ ଐତିହାସିକ ଓ ପୂରାତନ ଯୁଗରୁ ଚାଲି ଆସିଥିବାରୁ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବା ଇତିହାସ କହୁଛି । ଲକ୍ଷ୍ୟ କରନ୍ତୁ ଯିଏ ରଥାରୁଢ଼ ହୋଇ ବସିଲେ ସେ ହିଁ ଯେ ସକଳ ଶକ୍ତିର ଅଧାର, ସେ ହିଁ ଦେବତା ତାହା ସବୁବେଳେ ନୁହେଁ । କୁରୁକ୍ଷେତ୍ରରେ ରଥାରୁଢ଼ ହୋଇଥିଲେ ଅର୍ଜୁନ, ସାରଥି ଥିଲେ କୃଷ୍ଣ । କିନ୍ତୁ କୃଷ୍ଣଙ୍କ ବିନା ମହାଭାରତରେ ଅର୍ଜୁନ ହୁଏତ ପ୍ରତିପ୍ରତି ଦେଖାଇ ପାରି ନଥାନ୍ତେ । ଅର୍ଥାତ୍ ଯିଏ ପରିଚାଳନା କରୁଛି ସିଏ ହିଁ ଯୁଦ୍ଧ ଜିତିବାର ମୁଖ୍ୟ ଭୂମିକା ନେଇଥାନ୍ତି । ଆଉ ଗୋଟିଏ କଥା ରଥଯାତ୍ରାରେ ଭକ୍ତଙ୍କ ଭୂମିକା ସର୍ବୋପରି କାରଣ ରଥକୁ ଭକ୍ତମାନେ ହିଁ ଟାଣିଥାନ୍ତି । ରଥଯାତ୍ରା ବେଳେ ବୃକ୍ଷରୋପଣ କରାଯିବାର ପ୍ରଥା ଓଡ଼ିଶା ସମତେ ସମଗ୍ର ଭାରତରେ ବହୁ ପ୍ରାଚୀନ ଯୁଗରୁ ରହି ଆସିଛି । ଏହାର କାରଣ ହେଲା ଜୁନର ମଝାମଝି ପୂର୍ବ ଭାରତର ମୌସୁମୀ ଆସିଯାଏ ।

ତେଣୁ ଚାଷବାସ ବୃକ୍ଷରୋପଣ ପାଇଁ ପରିବେଶ ଅନୁକୂଳ ହୁଏ । ତେଣୁ ଲୋକମାନଙ୍କର ଏହି ଯାତ୍ରା ଉପରେ ବିଶ୍ୱାସ ଏକ ଉଚ୍ଚକୋଟ୍ଟୀର ହୋଇଥାଏ । ବହୁଡ଼ା ଯାତ୍ରାରେ ଆଜି ପ୍ରଭୂ ଜଗତରନାଥ ଜଗନ୍ନାଥ ସାଥିରେ ଭାଇ, ଭଉଣୀଙ୍କୁ ନେଇ ଅପରାହ୍ଣ ୨.୪୫ମି ସମୟରେ ଗୁଣ୍ଡିଚା ମନ୍ଦିରରେ ରୀତିନୀତି ଅନୁଯାୟୀ ପଣ୍ଡିତମାନେ ତିନି ଦିଅଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ହୋଇ ବଡ଼ଦାଣ୍ଡରେ ରଥାରୁଢ଼ ହେବେ ଏବଂ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିବେ । ତାଳଚେରରେ ଭକ୍ତଙ୍କ ଦ୍ୱାରା ରଥଟଣା ଯାଇ ରଥକୁ ବାହୁଡ଼ାଇ ନେବେ । ଘଂଟ, କୀର୍ତିନ, ହୁଳହୁଳି, ଓ ଭକ୍ତମାନେ ବିଭିନ୍ନ ଦେବାଦେବୀଙ୍କ ବେଶରେ ରଥ ସାମ୍ନାରେ ଅଗ୍ରସର ବଡ଼ଦାଣ୍ଡ ଦୁଲୁକି ଉଠି ପଡ଼ିବା ସହ ପ୍ରଭୂଙ୍କ ଏହି ବର୍ଷକରେ ଥରେ ରଥଯାତ୍ରାକୁ ବଡ଼ ଆନନ୍ଦ, ଉଲ୍ଲାସ ସହକାରେ ପାଳନ କରିଥାନ୍ତି ।

Leave a Reply

Your email address will not be published. Required fields are marked *