Spread the love

*ଜନତା ଉଚ୍ଚ ବିଦ୍ୟାଳୟରେ ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି:*

ବରଗଡ଼(ପବିତ୍ର ମେହେର ) ତା ୧୮/୦୨/୨୦୨୫ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ,ଭୁକ୍ତାରେ ଆର୍ଦ୍ରଭୂମିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟର ଇକୋ କ୍ଲବ ମାଷ୍ଟର ଟ୍ରେନର ସଂଜୟ ଖମାରୀ ଆର୍ଦ୍ରଭୂମିର ସୁରକ୍ଷା ଓ ସଂରକ୍ଷଣ କରିବା ନିମନ୍ତେ ବାଲ୍ୟାବସ୍ଥାରୁ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ଆର୍ଦ୍ରଭୂମି ଓ ପରିସଂସ୍ଥା ସଂରକ୍ଷଣ ଦିଗରେ ଯତ୍ନଶୀଳ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀ ଖମାରୀ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆର୍ଦ୍ରଭୂମି ସଂପର୍କିତ ସୂଚନା ପ୍ରଦାନ କରିବା ସହିତ ଆର୍ଦ୍ର ଭୂମି ସଂରକ୍ଷଣର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ଏକ ଆର୍ଦ୍ରଭୂମି ମିତ୍ର ଭାବରେ ଆର୍ଦ୍ରଭୂମି ସଂରକ୍ଷଣ ନିମିତ୍ତ ସଦା ସର୍ବଦା ଯତ୍ନଶୀଳ ହେବା ପାଇଁ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ, ଶକ୍ତି କ୍ଲବ, ମାନକ କ୍ଲବ ଓ ବିଜ୍ଞାନ କ୍ଲବର ଛାତ୍ରଛାତ୍ରୀମାନେ ଶପଥ ପାଠ କରିଥିଲେ। ଆର୍ଦ୍ରଭୂମି ସୁରକ୍ଷା ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଶିକ୍ଷକ ତେଜରାମ ସା, ବୋଧରାମ ବିଶ୍ଵାଳ, ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ପଦ୍ମ ଲୋଚନ ବିଶି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *