Spread the love

ଜାତୀୟ ଆଦିବାସୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗରରେ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ପ୍ରଦର୍ଶନୀ ମେଳା । ଏହି ପ୍ରଦର୍ଶନୀ ମେଳାରେ ୧୦୦ଟି ଷ୍ଟଲ ଅନୁଷ୍ଠିତ ହୋଇଛି । ଜନଜାତି ସମାଜ ସଭ୍ୟତାର ମୂଳ ସମାଜ । ଜନଜାତି ସମାଜର କଳା, ସଂସ୍କୃତି, ସଂସ୍କାର, ଚାଲିଚଳଣୀ, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟ, ବେଶପୋଷାକର ନିଜସ୍ୱ ପରିଚୟ ରହିଛି । ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଉଦ୍ୟମ କ୍ରମେ ତଥା ନାଲକୋର ସହଭାଗୀତାରେ ଅନୁଗୋଳ ଜିଲ୍ଲାର ନାଲକୋ ନଗର ଠାରେ “ପରିଚୟ” ଅନୁଷ୍ଠାନ ପକ୍ଷରୁ ଜାତୀୟ ଜନଜାତି ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୧୮ ଅଗଷ୍ଟରୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ନେଇ ସୂଚନା ମିଳିଅଛି । ପ୍ରଥମ ଦିନରେ ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରି ଶୁଭ ଆରମ୍ଭ କରିଥିଲେ । ତେବେ ଆଜି ପଞ୍ଚମ ଦିନରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ଶ୍ରୀମତୀ କୃଷ୍ଣ ମହାନ୍ତି, ମୁଖ୍ୟ ବକ୍ତା ଭାବରେ ସୁଭେନ୍ଦୁ ନାୟକ, ଡିଜିଏମ୍ (ଉଦ୍ୟାନ କୃଷି) ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଲକୋ ଠିକା ମଜଦୁର ସଂଘ ଅଧ୍ୟକ୍ଷ ବିଭୁତି ମହାପାତ୍ର, ସରପଞ୍ଚ, ଭୋଗାବେରିଣୀ ଚାପଲିନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *