Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜାତୀୟ ମତଦାତା ଦିବସ ପାଳନ :ଢେଙ୍କାନାଳ 

(ଜେ ବି ଏନ /ସୁଶାନ୍ତ କୁମାର) ୨୫/୦୧ /୨୦୨୧ ଢେଙ୍କାନାଳ :ସରକାରୀ (ପ୍ରା) ବିଦ୍ୟାଳୟ ଖଙ୍କାର ଠାରେ ବୁଥ ନମ୍ବର ୧୦୨ ବିଧାନସଭା ସଂଖ୍ୟା ୫୫ ଢେଙ୍କାନାଳ ଭାରତର ନିର୍ବାଚନ ଆୟୋଗ ତଥା ଉପଜିଲ୍ଲାପାଳ ଢେଙ୍କାନାଳ ଙ୍କ ଆନୁକୁଲ୍ୟରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। କୋଭିଡ ର ସମସ୍ତ ନିୟମକୁ ପାଳନକରୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ନିର୍ବାଚନୀୟ ପଞ୍ଜୀକରଣ ଅଧିକାରୀ ୫୫ ଢେଙ୍କାନାଳ ବିଧାନସଭା ମଣ୍ଡଳୀର ବୁଥ ଲେବଲ ଅଫିସର (BLO) ସରୋଜିନୀ ବେହେରା, ପ୍ରଧାନ ଶିକ୍ଷକ ସଙ୍କର୍ଷଣ ବ୍ରହ୍ମା, ସରପଞ୍ଚ ଶ୍ରିବାସ୍ତ ସେଠି ଓ ସାମାଜସେବି ଅଶୋକ ପତି ଙ୍କ ସହିତ ସରକାରୀ (ପ୍ରା) ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରତିଭା ଶୁକ୍ଲା, ସୁଚିତ୍ରା ମାଝୀ, ସଂଯୁକ୍ତା ପୁର୍ତ୍ତୀ, ଲକ୍ଷ୍ମୀଧର ଜେନା, ଯୋଗଦାନ କରିଥିଲେ। ଜାତୀୟ ମତଦାତା ଦିବସ ଉପରେ ସମ୍ୟକ ଧାରଣା ପ୍ରଦାନ କରାଯାଇଥିଲା। ପିଲାମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତା ରେ ପ୍ରଥମ ଆଶୁତୋଷ ପତି, ଦ୍ବିତୀୟ ଓମପ୍ରକାଶ ସେଠି, ତୃତୀୟ ଓମ ପ୍ରକାଶ ପାତ୍ର ଓ ସାନ୍ତ୍ବନାମୂଳକ ଭାବେ ତିଳୋତ୍ତମା ନାୟକ ଙ୍କୁ ପୁରସ୍କୃତ କରାଯାଇଥିଲା।