Spread the love

ଟିଣାଗ୍ରାମର ସେଠି ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ


ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଟିଣା ଗ୍ରାମର ସେଠିସାହିର ଓ ଶ୍ରୀଶ୍ରୀ ରାଧାକୃଷ୍ଣ ନିତାଇ ଗୈରାଙ୍ଗ ନାମ ଯଜ୍ଞ କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଅଧିବାସ, ଦ୍ଵିତୀୟ ଦିନରେ ନାମ ଯଜ୍ଞ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି।ଏହି ତିନି ଦିନ ସମଗ୍ର ସେଠି ସାହିରେ ଠାକୁରଙ୍କ ଜପଜୟ ରାଧେ ଗୋବିନ୍ଦ ଜୟ ଜୟଶ୍ରୀ ରାଧେ ଗୋବିନ୍ଦ ଜୟ ପ୍ରତିଧୋନିରେ ଏକ ଭାବାବେଗ ମାହୋଲ ସୁଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି ।ଏହି ତିନିଦିନ ରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ।ଏହି ନାମ ଯଜ୍ଞ ରେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସମାଜସେବୀ କୈଳାସ ଚନ୍ଦ୍ର ସେଠୀ,ଜରି ସରପଞ୍ଚ ନନ୍ଦକିଶୋର ମଲ୍ଲିକ,ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକଙ୍କ ସମେତ ୩୦ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଆସିଥିଲେ।ଏବଂ ବିଂଝାରପୁର ବ୍ଳକ ର ବିଡ଼ିଓ, ତହସିଲଦାର ଏବଂ ବ୍ଳକର ବିଭିନ୍ନ ବିଭାଗର ଅଫିସର ମାନେ ଆସିଥିଲେ ଏହି ନାମ ସଂର୍କୀନକୁ ।ଏହି ନାମ ସଂର୍କୀନରେ ଆଠଜଣ ବରିଷ୍ଟ ବ୍ୟକ୍ତିଙ୍କୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା। ଏବଂ ଶେଷରେ ଶ୍ରେଷ୍ଠ ସର୍କୀତନ ଦଳକୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ପ୍ରଦାନ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସମାଜସେବୀ କୈଳାସ ଚନ୍ଦ୍ର ସେଠୀ, ଅକ୍ଷୟ କୁମାର ସେଠୀ, ବସନ୍ତ କୁମାର ସେଠୀ, ରଞ୍ଜନ ମଲ୍ଲୀକ, କେଶବ ଚନ୍ଦ୍ର ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *