Spread the love

( ଡିଲର ଙ୍କ ବିରୋଧ ରେ ମୁହଁ ଖୋଲିବାରୁ PDS ହିତାଧିକାରୀ
ଙ୍କୁ ନିସ୍ତୁକ ମାଡ଼ ଥାନାରେ ଅଭିଯୋଗ )
ଜଗତସିଂହପୁର
ତା =4/8/23
ଜଗତସିଂହପୁର ବ୍ଲକ ସିଂହାରପୁର ପଞ୍ଚାୟତ ନବାପାଟଣା ଗ୍ରାମରେ ରେସନ ସାମଗ୍ରୀ ଆଣିବାକୁ ଯାଇଥିବା ଜଣେ ହିତାଧିକାରୀ ଙ୍କୁ ଡିଲର ଏବଂ ତାଙ୍କ ସହଯୋଗୀ ନିସ୍ତୁକ ମାଡ଼ ମାରିବା ସହିତ ରେସନ କାର୍ଡ, ବ୍ୟାଗ ଛଡାଇ ରଖିଥିବା ଜଗତସିଂହପୁର ଥାନା ରେ ଅଭିଯୋଗ ହୋଇଛି |ଏଥିନେଇ ନବାପାଟଣା ଗ୍ରାମରେ ଚାପା ଉତେଜନା ଦେଖାଦେଇଛି | ଖବର ନେବାରେ ଜଣାଯାଇଛି ନବାପାଟଣା ଗ୍ରାମରେ ଅନେକ ଯୋଗ୍ୟ ବ୍ୟକ୍ତି ରେସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅନେକ ଅଯୋଗ୍ୟ ବ୍ୟକ୍ତି ରେସନ ସାମଗ୍ରୀ ଚଞ୍ଚକତା କରି ନେଉଛନ୍ତି | ଅନେକ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ନାମରେ ରେସନ ସାମଗ୍ରୀ ହଡପ ହେବା ପ୍ରତିବାଦ ରେ ନବାପାଟଣା ଗ୍ରାମର ବାଇଧର ଦାସ ଙ୍କ ପୁଅ ସୁରେଶ ଚନ୍ଦ୍ର ଦାସ ଅନେକ ବାର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିକଟରେ ଡିଲର ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ | ହେଲେ ଜୁଲାଇ ତିରିଶି ତାରିଖ ଦିନ ସୁରେଶ ରେସନ ସାମଗ୍ରୀ ଆଣିବା ନିମନ୍ତେ ଡିଲର ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ | ସେଠାରେ ଡିଲର ଙ୍କ ର ସୁରେଶ ଙ୍କ ସହିତ ବଚସା ହେବା ପରେ ଡିଲର ଏବଂ ତାଙ୍କ ସହଯୋଗୀ ଉତକ୍ଷିପ୍ତ ହୋଇ ସୁରେଶ କୁ ନିସ୍ତୁକ ମାଡ଼ ମାରିଥିଲେ | ଏ ସମ୍ପର୍କ ସୁରେଶ ଜଗତସିଂହପୁର ଥାନା ଅଧିକାରୀ | ଜ଼ିଲ୍ଲା ଯୋଗାଣ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *