Spread the love

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ୨୦ ହଜାର ସମର୍ଥକଙ୍କ ସହିତ ଇଂଜିନିୟର ଦେବାଶିଷ ହୋତାଙ୍କ ମୈନ ପ୍ରତିବାଦ !

ଢେଙ୍କାନାଳ ୫/୮:ଟାଟା ଷ୍ଟିଲ୍‌ ର ଠକାମି ବିରୋଧରେ ଶାନ୍ତିଶୃଙ୍ଖଳାରେ ଧାରଣାରେ ବସିରହିଥିବା ଶ୍ରମିକମାନଙ୍କୁ କଂପାନୀ ଗେଟ୍ ଆଗରେ ୧୮ ଜୁଲାଇ ୨୦୨୩ ଦିନର ଆକ୍ରମଣ ବିରୋଧରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ୨୦ ହଜାର ସମର୍ଥକଙ୍କ ସହିତ ଇଂଜିନିୟର ଦେବାଶିଷ ହୋତାଙ୍କ ମୈନ ପ୍ରତିବାଦ ! ଆଜି ସକାଳ ୧୦ ଟାରୁ ଟ୍ରେଡ୍‌ ୟୁନିଅନ୍‌ ନେତା ଇଂଜିନିୟର ଦେବାଶିଷ ହୋତଙ୍କ ନେତୃତ୍ବରେ ତାଙ୍କର ୨୦ ହଜାର ସମର୍ଥକ ସହ ଦକ୍ଷିଣକାଳୀ ଠାରୁ ଏକ ବିରାଟ ପଟୁଆରରେ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ମଉନ ପ୍ରତିବାଦ ଧାରଣାରେ ବସିଛନ୍ତି ଏଠାରେ ସୂଚନାଯୋଗ୍ୟ ଯେ, ୧୮ ଜୁଲାଇ ୨୦୨୩ ଦିନ ୩ ଟାରେ ଟାଟା ଷ୍ଟିସ୍ଲ ନିୟୋଜିତ ଗୁଣ୍ଡାମାନେ କଣ୍ଟାବଣିଆ ଥାନା ଅଧିକାରୀଙ୍କ ସାମନାରେ ସକାଳୁ ଶକ୍ତିଶୃଙ୍ଖଳାରେ ଧାରଣାରେ ବସିଥିବା ଇଂ ହୋତା ଏବଂ ଅନ୍ୟାନ୍ୟ ଶ୍ରମିକମାନଙ୍କ ଆକ୍ରମଣ କରିଥିଲେ। କିଛି ସ୍ଥାନୀୟ ବ୍ୟକ୍ତି ଦସ୍ତକ୍ଷେପ ଯୋଗୁ ଏକ ନିଶ୍ଚିତ ରକ୍ତାକ୍ତ ସଂଘର୍ଷ ହୋଇପାରିନଥିଲା। ସୁନିୟୋଜିତ ଆକ୍ରମଣ ବିରୋଧରେ ଢେଙ୍କାଳକ ଜିଲ୍ଲାପାଳ ଏବଂ ଏସପ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ଇଂ ହୋତା ତାଙ୍କର ୧୦ ହଜାର ସମର୍ଥକ ସହିତ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଉନ ପ୍ରତିବାଦ କରିଛନ୍ତି । କାରଣ ଏହି ଘଟଣା ବିରୋଧରେ ଆଜି ଧାରଣା ଦେବା ପାଇଁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଇଂ ହୋତା ଢେଙ୍କାନାଳ ଟାଉନ ଥାନା ଅଧିକାରୀଙ୍କୁ ଗତ ୧୯ ଜୁଲାଇ ଠାରୁ ଅନୁମତି ମାଗିଥିଲେ । ସେ ପ୍ରଥମେ ଅନୁମତି ଦେଇଥିଲେ ମଧ୍ୟ ପରେ ଆଜି ଧାରଣା ବିରୋଧରେ ରିପୋର୍ଟ ଦେଇଥିଲେ । ୭ ବର୍ଷ ପୂର୍ବରୁ ଦିନ ନୋଟିସରେ ଛଟେଇ ହୋଇ ଟିଏପିଏଲ୍‌ ର ୭ ଶହ ଗରିବ ଶ୍ରମିକ ଆଜି ଯାଏ ରିତ୍ରେଂଚମେଣ୍ଟ ସି
କୁନ୍‌ସେସନ୍ ପଇନାହାନ୍ତି । ଏଥିପାଇଁ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ ୨୦୧୯ ମସିହାରେ ଡିଏସ୍‌ପିଏଲକୁ ନୋଟିସ୍ ପଠାଇଲେ ଆଶ୍ଚର୍ଯ୍ୟ ବିଷୟ, ଟିଏସ୍‌ପିଏଲ୍‌କୁ ଯାଉଥିବା ନୋଟିସ୍ ଭୁଲ ଠିକଣା ପାଇଁ ଫେରିଆସିଲା
ସାଢେ ୩ ବର୍ଷ ପୂର୍ବରୁ ୨୭ ଜାନୁୟାରୀ ୨୦୨୦ ଦିନ ଶ୍ରମିକମାନେ ଆନ୍ଦୋଳନ କରିବା ପରେ ତତ୍କାଳୀନ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କଣ୍ଟାବଣିଆ ଥାନାରେ ଅନୁଷ୍ଠିତ ବୈଠକରେ ଟାଟା ଷ୍ଟିଲ୍‌ କଂପାନୀର ଶ୍ରୀ ଧନଂଜୟ କୁମାର ଏବଂ ଅଉ ୩ ଜଣ ପରିସ୍ଥ ଅଧିକାରୀ ଉପସ୍ଥିତ ରହି ଟାଟା ଷ୍ଟିଲ୍‌ ଦିଲ୍ଲୀ ଏନସି ଏଲଟି ଏବଂ ମାନ୍ୟବର ସୁପ୍ରିମକୋର୍ଟ ରେ ବିଏସ୍‌ପିଏଲ ସହିତ କୌଣସି ମାମଲାରେ ଛନ୍ଦି ହୋଇଛି ବୋଲି ଲୁଚାଇଥିଲେ
ଏବେର ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ସେଠୀ ମହୋଦୟ ଅନେକ ଗୁଡିଏ ତ୍ରିପକ୍ଷୟ ବୈଠକ କରାଇବା ପରେ ୧୫ ଜୁଲାଇ ୨ ୦୨୩ ଦିନ ବୈଠକରେ ଉପସ୍ଥିତ ଟାଟା ଷ୍ଟିଲ କମ୍ପାନୀର ଉପରିସ୍ଥ ଅଧିକାରୀମାନେ ଜଣାଇଲେ ଯେ ଟାଟା ଷ୍ଟିଲ୍‌ ଦିଲ୍ଲୀ ଏକଦିଏଲଟି ଏବଂ ମାନ୍ୟବର ଟୁପ୍ରିମକୋର୍ଟ କ ଆଦେଶରେ ଟିଏସପିଏଲ କୁ ୩ କୋଟି ଟଙ୍କା ୧୪ ଫେବୃୟାରୀ ୨୦୨୦ ଦିନ ପୈଠ କରିଛି ।
ଅର୍ଥାତ୍ ପ୍ରଶାସନ ଏବଂ ଶ୍ରମିକମାନଙ୍କ ସହିତ ବୈଠକର ମାତ୍ର ୧୯ ଦିନ ପରେ ଟିଏସ୍‌ଏଲ୍ କୁ ୩ କୋଟି ଟଙ୍କା ଦେଇଛି ଟାଟା ଷ୍ଟିଲ କଂପାନୀ । ସବୁ ଜାଣି ମଧ୍ୟ ଟାଟା ଷ୍ଟିଲ୍‌ ସାଡେ ୩ ବର୍ଷ ପୂର୍ବରୁ ସରକାର ଏବଂ ପ୍ରଶାସନକୁ ଏସବୁ ଲୁଚାଉଥିଲା । ୧୩ ଜୁନ ୨୦୨୩ ଭଳି ବଡ ବଡ ଦୁର୍ଘଟଣା ଟାଟା ଷ୍ଟିଲ କଂପାନୀ ଭିତରେ ବାରମ୍ବାର ଘଟୁଛି । ଏହି ସବୁ ଦୁର୍ଘଟଣାରେ ଅନେକ ଶ୍ରମିକ ମୁତାହତ ହେଇଥିଲେ ମଧ୍ୟ ଟାଟା ଷ୍ଟିଲ୍‌ ସେମାନଙ୍କର ସୁରକ୍ଷା ପାଇଁ ଥେସ୍ ପଦକ୍ଷେପ ଉଠାଇ ନାହାନ୍ତି । ଏସବୁ ଘଟଣା ବିରୋଧରେ ୧୮ ଜୁଲାଇ ୨୧ ୨୩ ଦିନ ଧାରଣା ଦେବ ପାଇଁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଇଂ ହୋତା କଣ୍ଟା ବଣିଆ ଥାନା ଅଧିକାରୀଙ୍କୁ ଅନୁମତି ମାଗିଥିଲେ । କିନ୍ତୁ ଟ୍ରାଫିକ ସମସ୍ୟାର ଆଳ ଦେଖାଇ କଣ୍ଟାବଣିଆ ଥାନା ଅଧିକାରୀ ଉକ୍ତ ଧାରଣା ବିରୋଧରେ ରିପୋର୍ଟ ଦେଇଥିଲେ ।
ଏହି ଅଗଣତାନ୍ତ୍ରିକ ଟାଟା ଷ୍ଟିଲ କଂପାନୀ ଶାସନ ବିରୋଧରେ ଇଂ ହୋତାଙ୍କ ସହିତ ଶ୍ରମିକମାନେ ୧୮ ଜୁଲାଇ ସକାଳୁ ଶାନ୍ତିଶୃଙ୍ଖଳାରେ ଧାରଣାରେ ବସିରହିଥିଲେ । କୌଣସି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ନ ଥିଲା ।
ଶ୍ରମକମାନେ ମରିବେ ପଛେ କିନ୍ତୁ ୭ ବର୍ଷ ପୂର୍ବର ବକେୟା ନ ଦେବା ଯାଏଁ ଏଠାରୁ ହଟିବେ ନାହିଁ ବୋଲି ରୋକ ଠୋକ ଭାବେ ଜିଦି ଧରିବାରୁ ପ୍ରଶାସନିକ ଅଧିକାରୀମାନେ ହରତଘଣାରେ ପଡିଯାଇଥିଲେ ।
ତାପରେ ଏଭଳି ଗୁଣ୍ଡା-ଶାସନ କରାଯାଇ ଯେଭଳି ଶ୍ରମିକମାନଙ୍କର ସ୍ବରକୁ ଚପାଇ ଦେବାକୁ ଅପଚେଷ୍ଟା କରାଗଲା ତାହକୁ ମୁଁ ଦୃଢ ଭାବରେ ନିନ୍ଦା କରୁଛି ଏବଂ ଆଇଏଏସ୍‌ ହେବାର ସମସ୍ତ କ୍ୱାଲିଟି ଥାଇ ମଧ୍ୟ ଆଇଏଏସ୍ ହେବାକୁ ଥିବା ମୋର ଇଚ୍ଛା ୨୦୦୧ ମସିହାରେ ପରମତ୍କା ସମାଜସେବା ଆଡକୁ ମୁହାଁଇଁ ଦେଇ କୃପା କରିଥିବାରୁ ମୁଁ ଅଜି ଆନନ୍ଦ ଅନୁଭବ କରୁଛି । କାରଣ ଆଜି ମୁଁ ନିଦ୍ରେନ୍ଦରେ ଗୁଣ୍ଡା ଦମନ ପ୍ରକ୍ରିୟାରେ ଲାଗିପରୁଛି ବୋଲି ଇଂ ହେତା ଇତ୍ୟବସରରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *