Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବେଗୁନିଆପଡା ଠାରେ ବିଶ୍ୱ ହିନ୍ଦୁପରିଷଦ ପକ୍ଷରୁ ଭବ୍ୟ ରାମ ମନ୍ଦିର ନିର୍ମାଣାର୍ଥେ ବୈଠକ ଅନୁଷ୍ଠିତ 

ଜେ ବି ଏନ, ବ୍ରହ୍ମପୁର – : (ଟୁକୁନା ପ୍ରଧାନ, ୦୩.୦୧.୨୦୨୦) -: ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିର ସ୍ଥିତ ହନୁମାନ ବାଟିକା ପରିସରରେ ଅଯୋଧ୍ୟା ରେ ନବ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ସକାଶେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅର୍ଥ ସଂଗ୍ରହ ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ | ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସମ୍ପାଦକ ଡ଼ଃ ଅରୁଣ ପ୍ରସାଦ ପାଢ଼ୀ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ସହ- ସମ୍ପାଦକ ଡ଼ଃ ରାଜୀବ ନେତ୍ର ଖାଡ଼ଙ୍ଗା, ଆର ଏସ ଏସ ଗଞ୍ଜାମ ଜିଲ୍ଲା କାର୍ଯ୍ୟବାହି ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦାସ, ଖଣ୍ଡ କାର୍ଯ୍ୟ ବାହୀ ଅଧିକାରୀ ଶ୍ରୀ ଗଣେଶ୍ୱର ମୁଦୁଲି, ମହନ୍ତ ଶ୍ରୀ ଦାମୋଦର ଦାସ ମହାରାଜ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବେଗୁନିଆପଡା ସମ୍ପାଦକ ଶ୍ରୀ ପ୍ରଣବ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଅର୍ଥ ସଂଗ୍ରହ ଅଭିଯାନ କିପରି ହେବ ସେ ନେଇ ମାର୍ଗ ଦର୍ଶନ ଦେଇଥିଲେ |