Spread the love

(ରାମନବମୀ ପୂଜା ପାଇଁ ଜଗତସିଂହପୁର ସହର ଚଳଚଞ୍ଚଳ )

ଜଗତସିଂହପୁର
ତା =30/3/23/

ମର୍ଯ୍ୟାଦାପୁରୁଷ ଭାଗବାନ ଶ୍ରୀରାମଙ୍କ ଜନ୍ମଦିନ କୁ ରାମ ନବମୀ ରୂପେ ସମଗ୍ର ଦେଶରେ ପାଳନ କରାଯାଉଛି । ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ପରାମପୁରୁଷ ପ୍ରଭୁ ଶ୍ରୀରାମ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହାମିଳନର ଦିନ । ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପୂଜାପାଠ ସହ ଅନୁଷ୍ଠିତ ହେଉଛି ହୋମଯଜ୍ଞ ।ଏହି ଅବସରରେ ପବିତ୍ର ରାମନବମୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଗତସିଂହପୁର ସହର। ଐତିହାସିକ ଶ୍ରୀରାମ ନବମୀ ଉତ୍ସବ ପାଇଁ ସହରର ବିଭିନ୍ନ ଶ୍ରୀରାମଙ୍କ ପୀଠରେ କଳସ ସ୍ଥାପନା ପରେ ଚାଲିଛି ପୂଜା ଅର୍ଚନା। ସଂସ୍କୃତି, ପରମ୍ପରା ଅନୁଯାୟୀ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୃଣ୍ମୟୀ ମୃତ୍ତି ସ୍ଥାପନା କରାଯାଇ ପୂଜା ଅର୍ଚ୍ଚନା କରାଯାଉଛି।ପ୍ରଭୁ ଶ୍ରୀରାମଙ୍କର ରୀତିନୀତି ଅନୁଯାୟୀ ସକାଳୁ ଗୁରୁ ପୂଜନ,ସୂର୍ଯ୍ୟ ପୂଜନ,ଧରିତ୍ରୀ ପୂଜନ ସହ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ମାଆଙ୍କର ନବମିପୂଜା ଉପଲକ୍ଷେ ବିଭିନ୍ନ ପୀଠରେ ମାଙ୍କର ଚଣ୍ଡୀ ପାଠ ହୋମ ଯଜ୍ଞ, 108 ହନୁମାନ ପାଠ ମଧ୍ୟ ଚାଲୁ ରହିଛି । ସହରର ବିଭିନ୍ନ ପୀଠରେ ଶ୍ରଦ୍ଧାଳୁମାନେ ଆବେଗ ସହ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ପୁଜାର୍ଚନା କରୁଛନ୍ତି । ସହରର ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଟାଉନହଲ ନିକଟରେ ଥିବା ଶ୍ରୀରାମ ମନ୍ଦିର , ହରିହରପୁର ଯୁବକ ସଙ୍ଘ ଆନୁକୂଲ୍ୟରେ ବଡ଼ବଜାରଠାରେ ,ସୋମନାଥଙ୍କ ପୀଠ , ଲାଲାସାହି , ଜୟବଡ଼ ଆଦି ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ପୁଜାର୍ଚନା ଉତ୍ସାହ ଉଦ୍ଦୀପନାରେ ଚାଲୁଅଛି ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *