*ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା*
ଭଟଲି :- ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡ଼ମାଳରେ ପ୍ରଧାନ ଶିକ୍ଷକ ପଦବୀରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ସେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ।ଏହି ଅବସରରେ ବଡ଼ମାଳ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ ଡନସନା,ସମ୍ମାନିତ ଅତିଥି ଭାବରେ ନୋଡାଲ ହାଇସ୍କୁଲ ଭଟଲିର ପ୍ରଧାନ ଶିକ୍ଷକ ସୁବୋଧ ସାହୁ,ସି ଆର ସି ସି ଲୋକନାଥ ମେହେର,ଦଧିବାମନ ଏମ୍ଇ ସ୍କୁଲର ପ୍ରଧାନ ଶିକ୍ଷକ ଡୋଲାମଣି ଭୁକ୍ତା ,ପରିଚାଳନା କମିଟିର ଅଧ୍ୟକ୍ଷ ନରେନ୍ଦ୍ର ପଧାନ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ନୂତନ ପ୍ରଧାନଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ।ଶ୍ରୀଯୁକ୍ତ ଖମାରୀ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିବା ପରେ ନିଜ ସହକର୍ମୀଙ୍କ ସହଯୋଗରେ ବିଦ୍ୟାଳୟରେ ଶୈକ୍ଷିକ ପରିବେଶର ଉନ୍ନତି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମତ ବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ଖମାରୀ ସ୍ମୃତି ସ୍ୱରୂପ ବିଦ୍ୟାଳୟ ପରିସରରେ ଆମ୍ବ ଚାରା ରୋପଣ କରିବା ସହ ଉପସ୍ଥିତ ବିଦ୍ୟାଳୟ କମିଟିର ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ଆମ୍ବ ଚାରା ପ୍ରଦାନ କରିଥିଲେ।ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷୟିତ୍ରୀ ମମତା ପଣ୍ଡା,ଅର୍ଚ୍ଚନା ପ୍ରଧାନ,ପଦ୍ମିନୀ ବିଶ୍ୱାଳ, ସୁଧାରାଣୀ ପ୍ରଧାନ,ଶୀଳା ଭୋଇ,କଳ୍ପନା କାଲୋ,ସଂଯୁକ୍ତା ପ୍ରଧାନ,ଜ୍ୟୋତିର୍ମୟୀ ସାହୁ, ଶିକ୍ଷକ ପ୍ରମୋଦ ପଟେଲ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ସମେତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲର ଶିକ୍ଷକ ଆଶୁତୋଷ ଭୋଇ,ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ସାହୁ,ସିଂହପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତିଶ ଝାଙ୍କର,ପରିବେଶ ପ୍ରେମୀ ଗଣେଶ ମହାକୁଡ଼, ସ୍ୱେଚ୍ଛାସେବୀ ସରୋଜ ସାହୁ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
