Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଆଞ୍ଚଳିକ ସେବା ସଙ୍ଗଠନ ଗନ୍ଦିଆ ର ଷଷ୍ଠ ବାର୍ଷିକ ଉତ୍ସବ 

ଜେ. ବି. ଏନ୍ (୨୧/୦୨ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ସେବା ସଂଗଠନ ଗନ୍ଦିଆ ର ଷଷ୍ଠ ବାର୍ଷିକ ଉତ୍ସବ ସଙ୍ଗଠୂନ ର ସଭାପତି ବିଦ୍ୟାଧର ସାହୁ ଙ୍କ ସଭାପତିତ୍ବରେ ଗନ୍ଦିଆ ରେ ଫେବୃଆରୀ ମାସ ୨୧ ତାରିଖ ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଗଙ୍ଗାଧର ସାମଲ, ମୁଖ୍ୟ ବକ୍ତା ଭାବେ ସ୍ପର୍ଶ ହଷ୍ପିଟାଲ୍ ଭୁବନେଶ୍ୱର ଡାକ୍ତର ପ୍ରିୟ ବର୍ତ୍ତ ଧୀର, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ତହସିଲଦାର ଆଶିଷ ରଞ୍ଜନ ସାହୁ ଅନୁଷ୍ଠାନ ର ଉପ ସଭାପତି ତାପସ କୁମାର ରାଉତ, କୋଷାଧ୍ୟକ୍ଷ ପ୍ରଭାସ କୁମାର। ସାହୁ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ।

ଅନୁଷ୍ଠାନ ର ସମ୍ପାଦକ ଅଭିମନ୍ୟୁ ଦାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଉପ ଦେଷ୍ଟା କାଳନ୍ଦୀ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ନଟରାଜ ସଙ୍ଗୀତ ବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଗନ୍ଦିଆ ବଣିକ ସଂଘ ସଭାପତି ପଦ୍ମଲୋଚନ ସାହୁ ମଧ୍ୟ ରାତ୍ର ରେ ଶ୍ରୀକ୍ଷେତ୍ର ଦର୍ଶନ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ମଞ ପରିଚାଳନା ଅନ୍ତର୍ଯ୍ୟାମୀ ବାରିକ କରିଥିଲେ। ଗନ୍ଦିଆ ଅସହାୟ ୬୦ ବର୍ଷ ର ଉର୍ଦ୍ଧ୍ବ ଲୋକ ଙ୍କୁ ଆଜି ରାତିରେ ଶ୍ରୀ କ୍ଷେତ୍ର ଦର୍ଶନ କରାଇବେ।

You missed