Close up of male hands in bracelets behind back
Spread the love

ଚୋରି ମାମଲାରେ ୩ ଗିରଫ

ବଅଁରପାଳ,୨୯/୧୦ –  ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବୁଢ଼ାପଙ୍କ ରେଳ ଷ୍ଟେସନରୁ
ବ୍ୟାଟେରି ଚୋରି ଅଭିଯୋଗରେ ତିନି ଯୁବକଙ୍କୁ ପୁଲିସ ଧରି ରେଳ ସୁରକ୍ଷା ବଳ (ଆରପିଏଫ୍)
ନିକଟରେ ହସ୍ତାନ୍ତର କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି|
ସୂଚନା ଅନୁଯାୟୀ, ଗତ ୨୫ ଓ ୨୬ ତାରିଖରେ ବୁଢ଼ାପଙ୍କ ରେଳ ଷ୍ଟେସନରୁ ବ୍ୟାଟେରି ଚୋରି
ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବଅଁରପାଳ ପୁଲିସ ତଦନ୍ତ କରି ତିନି ଜଣ ଯୁବକଙ୍କୁ ଧରିଥିଲା। ପରେ ସେମାନଙ୍କୁ ରେଳ ସୁରକ୍ଷା ବଳ ଥାନାଧିକାରୀ ଆର୍.ଏନ୍.
ବେହେରାଙ୍କ ନିକଟରେ ହସ୍ତାନ୍ତର କରାଯାଇଥିବା ବଅଁରପାଳ ଥାନାଧିକାରୀ ଅୟସକାନ୍ତ ଜେନା
ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ତିନି ଯୁବକ ବୁଢ଼ାପଙ୍କ ନୂଆସାହି ଅଞ୍ଚଳର ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *