Spread the love

ଢେଙ୍କାନାଳ ଜିଲ୍ଲା ସଦରମହକୁମା ଠାରେ ଜାତୀୟ କ୍ରୀଡା ଦିବସ ୨୦୨୩ ପାଳନ

ଢେଙ୍କାନାଳ ୨୯/୮: ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସାଇ ପ୍ରଶିକ୍ଷଣ କେନ୍ଦ୍ର ଜିଲ୍ଲା କ୍ରୀଡ଼ା ସାଂସଦ ଓ ହକି ସଂଘ ତରଫରୁ କର୍ମକର୍ତ୍ତାଗଣ ୧୦୦ ରୁ ଉର୍ଦ୍ଧ ବାଳକ ଓ ବାଳିକାମାନଙ୍କ ଉପସ୍ଥିତ ରେ ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ। ଶ୍ରୀ ପ୍ରଦୀପ କୁମାର ମାହାନ୍ତି ଜିଲ୍ଲା କ୍ରୀଡ଼ା ଅଧିକାରୀ ଢେଙ୍କାନାଳ, ଶ୍ରୀ ରଞ୍ଜନ କୁମାର ସାହୁ ଖୋଖୋ ପ୍ରଶିକ୍ଷକ ଏବଂ ବହୁ ପୁରାତନ ଖେଳାଳି ଉପସ୍ଥିତ ରହି ଖେଳାଳି ମାନଙ୍କୁ ନେଇ ସହର ପରିକ୍ରମା କରିଥିଲେ। ମଧ୍ୟାହ୍ନ ୧୦ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ୧୦୦ରୁ ଉର୍ଦ୍ଧ ହକି ଖେଳାଳୀମାନଙ୍କ ମଧ୍ୟରେ ଉପସ୍ଥିତ ରହି ଧ୍ୟାନଚାନ୍ଦଙ୍କର ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପିଲାମାନଙ୍କୁ ପାଠପଢ଼ା ସହିତ ଖେଳାଳି ମାନଙ୍କୁ ଖେଳରେ ନିୟମିତ ଅଭ୍ୟାସ ଯାରିରଖିଲେ ଖେଳରେ ଜିଲ୍ଲା ଓ ରାଜ୍ୟର ସୁନାମ ଆଣିବାରେ ସହାୟ ହେବେ ବୋଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ହକି ଖେଳାଳୀମାନଙ୍କୁ ନେଇ ସବୁ ବର୍ଗ ତଥା ସବ-ଜୁନିୟର, ଜୁନିଅର ଓ ସିନିଅର ବାଳକ/ବାଳିକାମାନଙ୍କୁ ନେଇ ବିଭିନ୍ନ ବିଭାଗ ରେ ପ୍ରଦର୍ଶନୀ ହକି ଖେଳ ପ୍ରଦର୍ଶନ କରିଥିଲେ। ଏହି ଖେଳ ଗୁଡିକ ହକି ପ୍ରଶିକ୍ଷକ ଫ୍ଲୋରେସିଆ ଏକ୍କା ହକି ପ୍ରଶିକ୍ଷକ ଶ୍ରୀ ସାଇ ପ୍ରସାଦ ଦଳେଇ ଏବଂ ବହୁ ପୁରାତନ ଖେଳାଳି ଅଂଶ ଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *