ବାଉତୀ ବଜାର ଫଟାବନ୍ଧରେ ମା’ ମହାଲକ୍ଷ୍ମୀଙ୍କ ୧୪ତମ ପୂଜା ଉଦ୍ଯାପିତ, ମା’ଙ୍କୁ ଦିଆଗଲା ମେଲାଣି
ଢେଙ୍କାନାଳ ସହର ବାଉତୀ ବଜାର ଫଟାବନ୍ଧଠାରେ ମହାଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି ୧୪ତମ ଶ୍ରୀଶ୍ରୀ ମହାଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ।
ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ପୂଜା ଦୀର୍ଘଦିନ ଧରି ଭକ୍ତିମୟ ପରିବେଶରେ ଚାଲିଥିବା ବେଳେ ୩ ତାରିଖରେ ବିଧିବିଧାନ ଅନୁସାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।
ଆଜି ମା’ଙ୍କ ଭସାଣି ଉତ୍ସବ ଅବସରରେ ବିଭିନ୍ନ ବାଦ୍ୟଯନ୍ତ୍ର ଓ ରୋଷଣୀର ତାଳେ ତାଳେ ଭକ୍ତମାନେ ମା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ।
ଏହି ପୂଜାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ପ୍ରତିଷ୍ଠାନର ସଭାପତି ପ୍ରଫେସର ଡାକ୍ତର ପ୍ରମୋଦ କୁମାର ନାୟକ ଓ ସମ୍ପାଦକ ଜୟନ୍ତ କୁମାର ଦାଶ। ଏଥିରେ କୋଷାଧ୍ୟକ୍ଷ ଶ୍ରୀକାନ୍ତ ନାଏକ, ସହସମ୍ପାଦକ ଦ୍ୱିଜବର ନାଏକଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ପୂଜକ ବିକାଶ କୁମାର ରଥ ମା’ଙ୍କ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
ମା’ ମହାଲକ୍ଷ୍ମୀଙ୍କ ଏହି ଭସାଣି ଉତ୍ସବରେ ଭକ୍ତି, ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।
ଏହା ସହିତ ମା’ଙ୍କ ଆଗମନୀ ଓ ପୂଜାର ସ୍ମୃତିକୁ ମନରେ ସାଇତି ରଖି ଭକ୍ତମାନେ ମା’ଙ୍କୁ ଆସନ୍ତା ବର୍ଷ ପୁଣି ଆସିବାକୁ ପ୍ରାର୍ଥନା କରିଥିଲେ।
