Spread the love

ଭଟଲି ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା
ଭଟଲି (ଅଭିମନ୍ୟୁ ପଧାନ ): ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଭଟଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ବିଧାୟକ ଇରାଶିଷ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶୋଭନ ନାଏକଙ୍କ ସଭାପତିତ୍ବ ତଥା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ. ବିଶ୍ୱଶାନ୍ତି ଯଜ୍ଞଦତ୍ତ ରାଉତଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ଜୋନ୍ ମତ୍ସ୍ୟ ଉପନିଦ୍ଦେର୍ଶକ ଜ୍ଞାନରଞ୍ଜନ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ଓମ୍‌ ଫେଡ୍‌ ଜିଏମ୍ ଡ. ରଜନୀ ପଣ୍ଡା, ସାଂସଦ ପ୍ରତିନିଧି ପ୍ରତାପ ପଧାନ, ସମାଜସେବୀ ପ୍ରହଲ୍ଲାଦ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡା. କୌଟିଲ୍ୟ ମିଶ୍ର, ସହକାରୀ ମତ୍ସ୍ୟ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସହଯୋଗରେ ନାଟ୍ୟ ନିର୍ଦ୍ଦେଶକ ନରେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ନିବେଦିତା ପବ୍ଲିକ ସ୍କୁଲର ଛାତ୍ରୀମାନଙ୍କ ଦ୍ବାରା ବିଭାଗୀୟ ଯୋଜନାଭିତ୍ତୀକ ତଥ୍ୟ ଉପରେ ଘୋଡ଼ାନାଚ କରାଯାଇଥିଲା। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଆଚାର୍ଯ୍ୟ ଚାଷୀମାନଙ୍କ ଉତ୍ପାଦନ ବିକାଶରେ ଯେଉଁ ସବୁ ତ୍ରୁଟି ରହୁଛି ସେ ସବୁକୁ ସଠିକ ଭାବରେ ପରିଲକ୍ଷିତ କରି ନୂତନ ଜ୍ଞାନକୌଶଳ ମାଧ୍ୟମରେ ଚାଷ କଲେ ଆହୁରି ଲାଭାନ୍ବିତ ହୋଇପାରିବେ ବୋଲି ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ସଫଳ ଚାଷୀ ଝିକିଝିକି ଗ୍ରାମର ସୁମିତ୍ରା ବରିହାଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଛେଳିଚାଷ ପାଇଁ କାର୍ଯ୍ୟାଦେଶ, ଗୋପାଳନ ପାଇଁ କାଶିପାଲିର ମାନଭଞ୍ଜନ ପଧାନ, ବ୍ରଏଲର ଫାର୍ମ ପାଇଁ ରାୟଶୋଭାର ମୌସୁମୀ ଦାଶଙ୍କୁ ୮୫.୭୩ ଲକ୍ଷ ଟଙ୍କାର ଚେକ ପ୍ରଦାନ, ମତ୍ସ୍ୟଚାଷୀ ହାତୀସରର ପଙ୍କଜିନୀ ସାହୁ, ସୁଶାନ୍ତ ନାଏକ ଓ ରବୀନ୍ଦ୍ର ମହାପାତ୍ର, ବଡ଼ମାଳର କାଳିଆ ସା, କହେନମୁଣ୍ଡାର ସଞ୍ଜୟ ବର୍ମନଙ୍କୁ ଉପଢୌକନ ଓ ସ୍ମୃତିଫଳକ ଦେଇ ସମ୍ବଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗ ସହ ମିସନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଯଶୋବନ୍ତ ସାହୁ, ରମେଶ ବାରିକ, ସୁଶାନ୍ତ ମେହେର, ମଞ୍ଜନ ନାଏକ, ସୁବୋଧ ବାରିକ, ଅରବିନ୍ଦ ନାୟକ, ମନୋଜ ବାରିକ, ସିଦ୍ଧାର୍ଥ ଖମାରୀ, ଲକ୍ଷ୍ମଣ ବେହେରା, ଅବସରପ୍ରାପ୍ତ କର୍ମଚାରୀ ଦୀନବନ୍ଧୁ ନାଏକ, ଅଶୋକ ସାହୁ, ଶିବଲାଲ ଭୁଏଙ୍କ ସମେତ ମତ୍ସ୍ୟ ବିଭାଗର କର୍ମଚାରୀମାନେ ସହଯାଗ କରିଥିଲେ। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡା. ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *